ଆହୁରି ଧନୀ ହେବେ ଭାରତୀୟ କ୍ରିକେଟର : ଚୁକ୍ତିଭୁକ୍ତ ଖେଳାଳିଙ୍କ ଦୁଇଗୁଣ ଦରମା ବଢାଇଲା ବିସିସିଆଇ

46

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଖେଳାଳିଙ୍କ ପାଇଁ ଥିବା ଦରମାକୁ ବିସିସିଆଇ ପାଖାପାଖି ୨ ଗୁଣା ବଢାଇଛି । ଗ୍ରେଡ ଏ ଖେଳାଳିଙ୍କ ଦରମା ୧ କୋଟିରୁ ବଢାଇ ୨ କୋଟି କରାଯାଇଛି । ସେହିପରି ବି ଗ୍ରେଡର ଖେଳାଳିଙ୍କ ଦରମା ୫୦ ଲକ୍ଷରୁ ବଢାଇ ଏକ କୋଟି କରାଯାଇଛି । ଅନ୍ୟପଟେ ସି ଗ୍ରେଡ ଖେଳାଳୀଙ୍କ ଦରମା ୨୫ ଲକ୍ଷରୁ ବଢାଇ ୫୦ ଲକ୍ଷ କରାଯାଇଛି । ଉନ୍ନତ ପ୍ରଦର୍ଶନ ପାଇଁ ଚେତେଶ୍ୱର ପୁଜାରା, ମୁରଲୀ ବିଜୟ ଓ ରବିନ୍ଦ୍ର ଜାଡେଜାଙ୍କୁ ବି ଗ୍ରେଡ ଓ ସି ଗ୍ରେଡରୁ ଉନ୍ନୀତ କରି ଗ୍ରେଡ ଏ ରେ ସାମିଲ କରାଯାଇଛି ।

ଗ୍ରେଡ ଏରେ ବର୍ତମାନ ବିରାଟ କୋହଲୀ, ଅଜିଙ୍କ୍ୟ ରାହାଣେ. ରବିଚନ୍ଦ୍ରନ ଅଶ୍ୱୀନ, ଓ ମହେନ୍ଦ୍ର ସିଂ ଧୋନୀ ଅଛନ୍ତି । ସେହିପରି ଗ୍ରେଡ ବି ସୁଚୀରେ ରୋହିତ ଶର୍ମା, କେ ଏସ ରାହୁଲ, ଭୁବନେଶ୍ୱର କୁମାର , ମହମ୍ମଦ ସାମୀ, ଇଶାନ୍ତ ଶର୍ମା, ଉମେଶ ଯାଦବ. ଋଦ୍ଧିମାନ ଶାହା , ଜସପ୍ରୀତ ବୁମରା ଓ ଯୁବରାଜ ସିଂ ସାମିଲ ଅଛନ୍ତି । ସେହିପରି ସି ଗ୍ରେଡରେ ଶିଖର ଧାବନ, ଅମ୍ବାତୀ ରାୟଡୁ, ଆଶିଷ ନେହେରା, ହାର୍ଦିକ ପାଣ୍ଡ୍ୟା, ପାର୍ଥିବ ପଟେଲ ପ୍ରମୁଖଙ୍କ ନାମ ରହିଛି । କିନ୍ତୁ ଏହି ୩ଟି ଗ୍ରେଡରୁ ଗୋ÷ତମ ଗମ୍ଭୀର, ସୁରେଶ ରେନା, ହରଭଜନ ସିଂ, ଓ ଷ୍ଟୁଆର୍ଟ ବିନୀ ପ୍ରମୁଖଙ୍କୁ ବାଦ ଦିଆଯାଇଛି ।