କନକ ବ୍ୟୁରୋ : ପୁଲୱାମା ହମଲା ପରେ ବିଶ୍ୱକପ କ୍ରିକେଟରୁ ପାକିସ୍ତାନକୁ ବାଦ ଦେବାପାଇଁ ଉଦ୍ୟମ ଆରମ୍ଭ କରିଛି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବା ବିସିସିଆଇ । ଏନେଇ ଭାରତୀୟ କ୍ରିକେଟ ବୋର୍ଡ ଅନ୍ତରାଷ୍ଟ୍ରିୟ କ୍ରିକେଟ ପରିଷଦ ଆଇସିସିକୁ ଚିଠି ଲେଖି ପାକସ୍ତାନକୁ ବିଶ୍ୱକପରୁ ବାହାର କରିବା ପାଇଁ ଆବେଦନ କରିବ । ପାକିସ୍ତାନକୁ ବିଶ୍ୱକପରୁ ବାଦ ନଦେଲେ ଭାରତ ଓହରି ଯିବ ବୋଲି ଚିଠିରେ ଲେଖାଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନକୁ ଭାରି ପଡ଼ିବ ପୁଲୱାମା ଘଟଣା । ବିଶ୍ୱକପରୁ ବିଦା ପାଇଁ ବିସିସିଆଇ ଲେଖିବ ଚିଠି । ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ନେଇ ସାରା ଦେଶରେ ପାକିସ୍ତାନ ବିରୋଧୀ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏହି ପ୍ରସଙ୍ଗରେ ଚରମ ପଦକ୍ଷେପ ନେବ ବିସିସିଆଇ । ଜୁନରୁ ହେବାକୁ ଥିବା ବିଶ୍ୱ କପ କ୍ରିକେଟରୁ ପାକିସ୍ତାନକୁ ବାଦ ଦେବାପାଇଁ ଆଇସିସିକୁ ଚିଠି ଲେଖିବ ଭାରତୀୟ କ୍ରିକେଟ କଂଟ୍ରୋଲ୍ ବୋର୍ଡ । ପାକିସ୍ତାନକୁ ବିଶ୍ୱକପରୁ ବାଦ ନଦେଲେ ଭାରତ ଓହରି ଯିବ ବୋଲି ଚିଠିରେ ଲେଖାଯିବ । ପୁଲୱାମା ଆକ୍ରମଣ ପରେ ଦେଶରେ ପାକିସ୍ତାନ ବିରୋଧୀ ଆକ୍ରୋଶକୁ ଦୃଷ୍ଟିରେ ରଖି ଆଇସିସିରେ ଏହି ଆବେଦନ କରିବ ବିସିସିଆଇ । ଏହାକୁ ନେଇ କ୍ରିକେଟର୍ ମଧ୍ୟ ପାକ୍ ବିରୁଦ୍ଧରେ ମତ ଦେଇଥିଲେ ।
ଆସନ୍ତୁ ଜାଣିବା ଏ ପ୍ରସଙ୍ଗରେ କ’ଣ କହିଛନ୍ତି ଦେଶର କ୍ରିକେଟର୍ :-
– ସୌରଭ ଗାଙ୍ଗୁଲି, ପୂର୍ବତନ କ୍ରିକେଟର୍
ବିଶ୍ୱକପରେ ପାକିସ୍ତାନ ସହ ନ ଖେଳିବା ଦେଶବାସୀଙ୍କ ଭାବନାକୁ ମୁଁ ବୁଝିପାରୁଛି । ପାକିସ୍ତାନ ସହ କେବଳ କ୍ରିକେଟ ନୁହଁ ହକି, ଫୁଟବଲ ପରି ସବୁ ଖେଳ ବନ୍ଦ ହେବା ଉଚିତ ।
– ଯୁଜବେନ୍ଦ୍ର ଚହଲ, ଟିମ୍ ଇଣ୍ଡିଆ ସ୍ପିନର୍
ପ୍ରତି ୩ ମାସରେ ଯବାନ ଶହୀଦ ହେବା ଶୁଣିବାକୁ ମିଳୁଛି । ଆଉ ଅପେକ୍ଷା କରିହେବନାହିଁ ଏବେ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବାର ସମୟ ଆସିଯାଇଛି ।
– ମହମ୍ମଦ ଆଝାରୁଦ୍ଦିନ, ପୂର୍ବତନ କ୍ରିକେଟର୍
କେବଳ ବିଶ୍ୱକପରେ ନୁହେଁ ଭାରତ ପାକିସ୍ତାନ ସହ କୌଣସି ପ୍ରକାର କ୍ରିକେଟ ମ୍ୟାଚ୍ ଖେଳିବା ଉଚିତ ନୁହେଁ । ବିଶ୍ୱକପ୍ ଦେଶଠାରୁ ବଡ଼ ନୁହେଁ ।
ଆସନ୍ତା ଜୁନ୍ ୧୬ରେ ଭାରତ ପାକିସ୍ତାନ ବିରୋଧରେ ବିଶ୍ୱ କପ୍ ମ୍ୟାଚ୍ ଖେଳିବାକୁ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଟିକେଟ୍ ମଧ୍ୟ ବିକ୍ରିି ଶେଷ ହୋଇଛି । ତେବେ ପୁଲୱାମା ଆତଙ୍କୀ ହମଲା ପରେ ବିଶ୍ୱକପ୍ ଉପରେ କଳାବାଦଲ୍ ଦେଖିବାକୁ ମିଳିଛି, ଯାହା ପାକିସ୍ତାନକୁ ଏକ ସିଧାସଳଖ ସନ୍ଦେଶ ।