ବିସିସିଆଇ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି ଖେଳାଳୀଙ୍କ ପରିବାର ! ବିଦେଶ ଗସ୍ତ ସମୟରେ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଛି ବୋର୍ଡ ।

877

ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆକୁ ବିଜୟ ହାସଲ ପରେ ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ୍ କୋହଲି ନିଜ ଧର୍ମପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଛୁଟି କାଟିବା ପାଇଁ ଚାଲିଯାଇଛନ୍ତି । ଅନୁଷ୍କା ଟିମଙ୍କ ସହ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ମଧ୍ୟ ଥିଲେ । ତେବେ ବିଦେଶ ଗସ୍ତ ସମୟରେ ଖେଳାଳୀଙ୍କ ପରିବାର ତାଙ୍କ ସହ ରହିବାର ବିଷୟ ବିସିସିଆଇକୁ ଖୁବ୍ ଅସୁବିଧାରେ ପକାଉଛି । ଖେଳାଳୀଙ୍କ ସହ ତାଙ୍କ ପରିବାର ରହିବା ବିଷୟଟି ଗତବର୍ଷ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲା । ଯେତେବେଳେ ବିସିସିଆଇ ଲମ୍ବା ସମୟ (ଦୁଇ ସପ୍ତାହ) ପର୍ଯ୍ୟନ୍ତ ଖେଳାଳୀଙ୍କ ସହ ପରିବାରକୁ ରହିବାକୁ ଅନୁମତି ଦେଇଥିଲେ ।

ଖବର ମୁତାବକ , ଜଣେ ଅଧିକାରୀ କହିଛନ୍ତି ଯେ ଯଦି ଟିମ୍ କମ୍ ପରିବାର ସହ ବିଦେଶ ଗସ୍ତରେ ଯାନ୍ତି ତେବେ ତାଙ୍କୁ ମ୍ୟାନେଜ୍ କରିବା ସହଜ ହୁଏ । ବିସିସିଆଇ ଷ୍ଟାଫ୍ ଙ୍କ ପାଇଁ ପଡିଆ ବାହାରର ସୁବିଧା ଦେଖିବା ସହଜ ହୋଇଯାଏ । ଟିକଟ୍ ବୁକ୍ କରିବାରୁ ନେଇ ରୁମ୍ ବୁକ୍ କରିବା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ବିସିସିଆଇ କରିଥାଏ । ସୁତ୍ର ଅନୁସାରେ , ଅଷ୍ଟ୍ରେଲିଆରେ ମଧ୍ୟ ବିସିସିଆଇକୁ ଏଭଳି ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା । ଯିବାଆସିବା ପାଇଁ ୨ ଟି ବସ୍ ଲାଗିବା ସହ ବସ୍ ରେ ମଧ୍ୟ ଷ୍ଟାଫ୍ ଏବଂ ପରିବାରକୁ ମିଶାଇ ୪୦ ଜଣ ସଦସ୍ୟ ହୋଇଯାଇଥିଲେ । ଚାରିମାସ ପରେ ଇଂଲଣ୍ଡରେ ବିଶ୍ୱକପ୍ ଆରମ୍ଭ ହେଉଥିବାରୁ ଅଧିକାରୀ କହିଛନ୍ତି ଯେ ଯଦି ଇଂଲଣ୍ଡର ଲମ୍ବା ସମୟରେ ଯଦି ପରିବାର ଖେଳାଳୀଙ୍କ ସହିତ ରୁହେ ତେବେ ତାଙ୍କୁ ମ୍ୟାନେଜ୍ କରିବା ଆହୁରି କଷ୍ଟକର ହୋଇପଡିବ ।