ଭୁବନେଶ୍ୱରରେ ଆରମ୍ଭ ହେବ ପାଇପ ଯୋଗେ ଗ୍ୟାସ ଯୋଗାଣ ! ଆସନ୍ତା ୨୦ ତାରିଖରେ ଶୁଭାରମ୍ଭ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

32

କନକ ବ୍ୟୁରୋ : ଓଡିଶାରେ ପାଇପ ଲାଇନ୍ ଯୋଗେ ହେବ ପ୍ରାକୃତିକ ଗ୍ୟାସ ଯୋଗାଣ । ଆସନ୍ତା ୨୦ ତାରିଖରେ ଏହାର ଶୁଭାରମ୍ଭ କରିବେ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମ ପର୍ଯ୍ୟାୟରେ ନାଲକୋ ନଗରରେ ୨୫୫ ଘରକୁ ପାଇପ ଲାଇନ୍ ଯୋଗେ ହେବ ଗ୍ୟାସ ଯୋଗାଣ ହେବ । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ନାମରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଛି । ଗେଲ୍ ପକ୍ଷରୁ ନାଲକୋ ନଗରର ୨୫୫ ଘରକୁ ପରିବେଶ ଉପଯୋଗୀ ପ୍ରାକୃତିକ ଗ୍ୟାସ ମିଳିପାରିବ । ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କୁ ମଧ୍ୟ ପାଇପ ଲାଇନ ଯୋଗେ ମିଳିବ ପ୍ରାକୃତିକ ଗ୍ୟାସ । ଏହା ପରେ ସଂପୂର୍ଣ ଓଡିଶାରେ ପାଇପ ଯୋଗେ ଗ୍ୟାସ ଯୋଗାଣ କରିବାକୁ ଯୋଜନା ରହିଛି ।