ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ତାପମାତ୍ରା,୪୩.୨ ଡିଗ୍ରୀରେ ସିଝିଲା ରାଜଧାନୀ

63

ରାଜଧାନୀରେ ରେକର୍ଡ ଭା୍ଙ୍ଗିଛି ଖରା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରାଜଧାନୀବାସୀ ସନ୍ତୁଳି ହୋଇ୍ଛନ୍ତି । ଆଜି ରାଜଧାନୀର ତାପମାତ୍ରା ଦିନ ଦୁଇଟା ସୁଦ୍ଧା୪୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ରାଜଧାନୀର ରାସ୍ତାଘାଟ ସବୁ ଶୁନଶାନ୍ ହୋଇଯାଇଛି । ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ୨୦୧୦ ପରଠାରୁ ଏହା ରାଜଧାନୀରେ ସର୍ବାଧିକ ତାମପାମାତ୍ରା । ଗରମ ଝାଂଜି ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଉଠିଛି ।