ମେୟରଙ୍କ ଇସ୍ତଫା ଓ ଗିରଫ ଦାବିରେ ବୁଧବାର ଭୁବନେଶ୍ୱର ବନ୍ଦର ଡାକରା ଦେଇଛି ବିଜେପି

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମେୟରଙ୍କ ଇସ୍ତଫା ଓ ଗିରଫ ଦାବିରେ ବୁଧବାର ଭୁବନେଶ୍ୱର ବନ୍ଦ । ରାଜ୍ୟ ବିଜେପି ଆରମ୍ଭ କରିଥିବା ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତି ନେଇଛି । ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ଆସିଥିବା ସେକ୍ସ ସିଡି ଅଭିଯୋଗ ପ୍ରସଙ୍ଗରେ ଆନ୍ଦୋଳନକୁ ଜୋରଦାର କରିଛି ବିଜେପି ।

ଆସନ୍ତା ୨୧ ତାରିଖରେ ଦଳ ପକ୍ଷରୁ ରାଜଧାନୀରେ ବନ୍ଦର ଡାକରା ଦିଆଯାଇଛି । ମେଡିକାଲ, ପେଟ୍ରୋଲ ପମ୍ପ ଓ ଟ୍ରେନ ଚଳାଚଳକୁ ବାଦଦେଇ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ ଅଫିସ ଓ ଗାଡି ଚଳାଚଳ ବନ୍ଦ ରହିବ ବୋଲି ଦଳ ଘୋଷଣା କରିଛି । ପିକେଟିଂ କରି ଦଳର ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବେ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :