ଭୁବନେଶ୍ୱରର ବିକାଶ ପାଇଁ ସହଯୋଗ କରିବ ଜର୍ମାନୀ : ପୁଞ୍ଜିନିବେଶ ପ୍ରୋତ୍ସାହନ ପାଇଁ ହୋଇପାରେ ଆଲୋଚନା

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ସ୍ମାର୍ଟ ସିଟି ଭାବେ ଭୁବନେଶ୍ୱରର ବିକାଶରେ ସହଯୋଗ କରିବ ଜର୍ମାନୀ । ଆଜିଠାରୁ ବର୍ଲିନରେ ଆୟୋଜିତ ହେଉଥିବା ତିନି ଦିନିଆ ଭାରତ ସ୍ମାର୍ଟ ସିଟି ମିଶନ ସମ୍ମିଳନୀରେ ଯୋଗ ଦେବେ କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ । ବିଶେଷ କରି ସ୍ମାର୍ଟ ସିଟି ମିଶନରେ ଜର୍ମାନର ସହଯୋଗ ଏବଂ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ଲାଗି ଏହି ସମ୍ମିଳନୀରେ ଆଲୋଚନା କରାଯିବ । ଦେଶର ୨୦ଟି ସ୍ମାର୍ଟ ସିଟି ମଧ୍ୟରୁ ତିନିଟି ସ୍ମାର୍ଟ ସିଟି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଓଡିଶାର ଭୁବନେଶ୍ୱର, କେରଳର କୋଚି ଏବଂ ତାମିଲନାଡୁର କୋଏମ୍ବାଟୁର ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ଲାଗି ଜର୍ମାନୀର ସହାୟତା ନିଆଯିବ ଓ ଏ ସଂପର୍କିତ ରୋଡମ୍ୟାପ ପ୍ରସ୍ତୁତ କରାଯିବ । ସେହିପରି ପ୍ରଧାନମନ୍ତ୍ରୀଙ୍କ ଜର୍ମାନ ଗସ୍ତ ଅବସରରେ ମଧ୍ୟ ସେଠାକାର ଚାନସେଲରଙ୍କ ସହ ଆଲୋଚନା କରି ଏନେଇ ସହଯୋଗ ଲୋଡାଯିବ ।