ଭୁବନେଶ୍ୱର ହଂସପାଳ ଛକରେ ଉତେଜନା : ଟ୍ରାଫିକ୍ ପୁଲିସର ମାଡରେ ଟ୍ରକ୍ ଡ୍ରାଇଭର ଗୁରୁତର

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ହଂସପାଳ ଛକରେ ଉତେଜନା । ଟ୍ରାଫିକ୍ ପୁଲିସର ମାଡରେ ଟ୍ରକ୍ ଡ୍ରାଇଭର ଗୁରୁତର । ହଂସପାଳ ଛକ ନିକଟରେ ଗାଡି କାଗଜପତ୍ର ଚେକିଂ ବେଳେ ଜଣେ ଆନ୍ଧ୍ର ଟ୍ରକ୍ ଡ୍ରାଇଭରକୁ ଟ୍ରାଫିକ୍ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଘଟଣାରେ ସ୍ଥାନୀୟ ଲୋକେ ପ୍ରତିବାଦ କରିବା ସହ ଟ୍ରାଫିକ୍ କନଷ୍ଟେବଲକୁ ମାଡ ମାରିଛନ୍ତି ।

ଫଳରେ ଘଟଣାସ୍ଥଳରେ ଉତେଜନା ଦେଖା ଦେଇଛି । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ଟ୍ରାଫିକ୍ କନଷ୍ଟେବଲଙ୍କ ଦାଦାଗିରିକୁ ବିରୋଧ କରିଛନ୍ତି । ହଂସପାଳ ଛକରେ ବାରମ୍ବାର ଟ୍ରାଫିକ୍ ପୁଲିସ ଗାଡି ଅଟକାଇ ବଟି ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :