ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ : ସାଲିଆ ସାହି ଓ ଶୈଳଶ୍ରୀ ବିହାର ଅଂଚଳରେ ଆତଙ୍କ

47

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ । ରାଜଧାନୀର ସାଲିଆ ସାହି ଓ ଶୈଳଶ୍ରୀ ବିହାର ଅଂଚଳରେ ଅସ୍ୱାଭାବିକ ଭାବେ କାଉ ମରିପଡିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।

ସେପଟେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ଖରୀନାସି ଗାଁରେ ଅସ୍ୱାଭାବିକ ଭାବେ ଶତାଧିକ କୁକୁଡାର ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଦେଖାଦେଇଛି । ଗୁଜୁରାଣ ମେଂଟାଇବା ପାଇଁ ଗାଁଲୋକେ ପ୍ରାୟତଃ କୁକୁଡା ଚାଷ କରିଛନ୍ତି ।

ସାରା ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଆତଙ୍କ ଜାରି ରହିଛି । ଏପରି ସମୟରେ ଅଜଣା ରୋଗର ଶିକାର ହୋଇ ଗତ କିଛିଦିନ ମଧ୍ୟରେ ଗାଁରେ ଶତାଧିକ କୁକୁଡ଼ାର ଅସ୍ୱାଭାବିକ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଇଦେଇଛି ।ଏହାସହ ଦେଖନ୍ତୁ ଏହି ଭିଡିଓ :