ରାଜଧାନୀରେ ଦିନ ଦ୍ୱିପହରରେ ଚାଂଚଲ୍ୟକର ଡକାୟତି : ବାପୁଜୀନଗର ସ୍ଥିତ ୟୁକୋ ବ୍ୟାଙ୍କରୁ ଲୁଟ

52

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ଦିନ ଦ୍ୱିପହରରେ ଚାଂଚଲ୍ୟକର ଡକାୟତି । ବାପୁଜୀନଗର ସ୍ଥିତ ୟୁକୋ ବ୍ୟାଙ୍କରୁ ଲୁଟ ହୋଇଛି । ବନ୍ଧୁକ ଦେଖାଇ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ । ୫ ଜଣ ଦୁର୍ବୃତ କାରରେ ଆସି ଏହି ଲୁଟ କରିଥିବା ଜଣାପଡିଛି। ୫ ଜଣ ଦୁର୍ବୃତଙ୍କ ହାତରେ ଥିଲା ୫ଟି ବନ୍ଧୁକ । ପାଖାପାଖି ୧ ଘଂଟା ପର୍ଯ୍ୟନ୍ତ ଏମାନେ ବ୍ୟାଙ୍କରେ ରହି ଚଳାଇଥିଲେ ଲୁଟତରାଜ ।

ଏପରିକି ବ୍ୟାଙ୍କ କର୍ମଚାରୀଙ୍କୁ ଗୋଟିଏ ଘରେ ଭିତରେ ବନ୍ଦ କରିଦେଇଥିଲେ । ଗ୍ରାହକ ମାନଙ୍କ ବନ୍ଧୁକର ଗୁଳି କାଢି ଭୟଭୀତ କରିଥିଲେ। ବ୍ୟାଙ୍କରୁ ୧୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣା ସ୍ଥଳରେ ପହଚିଂ ତନାଘନା ଆରମ୍ଭ କରିଛି । କିନ୍ତୁ ଦିନ ଦ୍ୱିପହରରେ ଏତେ ବଡ ଧରଣର ଡକାୟତି କିଭଳି ହେଲା ଓ ୧ ଘଂଟା ପର୍ଯ୍ୟନ୍ତ ଡକାୟତି ଚାଲିଥିଲେ ବି ପୁଲିସ ପାଖରେ କିପରି ଖବର ପହଚିଂଲାନି ତାକୁ ନେଇ ପ୍ରଶ୍ନ ଉଠିଛି ।