ଭୁବନେଶ୍ୱର ଉପକଂଠ ବାଲିପାଟଣାରେ ଜୀଅନ୍ତା ଜଳିଗଲେ ବୃଦ୍ଧ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ନରଦା ବସ୍ତିରେ ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତମାନେ କବାଟ ବନ୍ଦ କରି ଘରେ ନିଅାଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି, ଫଳରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛିି । ତେବେ ଏହି ଅଗ୍ନିକାଣ୍ଡରୁ ବୃ୍ଦ୍ଧଙ୍କ ବୋହୂ ଓ ନାତୀ, ନାତୁଣୀ ଅଳ୍ପକେ ବର୍ତିଯାଇଛନ୍ତି । ପୁଲିସ ଘଟଣାସ୍ଥଳରେ ସାଇନ୍ଟିଫିକ ଟିମ୍ ସହ ପହଂଚି ତଦନ୍ତ ଆରମ୍ଭ କରିଛି ।