ଭୁବନେଶ୍ୱର ଆଚାର୍ଯ୍ୟବିହାର ସ୍ଥିତ ଦିଶା କୋଚିଂ ସେଣ୍ଟରରେ ନିଆଁ : କମ୍ପ୍ୟୁଟର ସମେତ ଅନ୍ୟାନ ମୂଲ୍ୟବାନ ସାମଗ୍ରୀ ପୋଡି ଯାଇଥିବା ସୂଚନା

19

କନକ ବ୍ୟୁରୋ : କୋଚିଂ ସେଂଟରରେ ନିଆଁ । ଭୁବନେଶ୍ୱର ଆଚାର୍ଯ୍ୟବିହାର ସ୍ଥିତ ଦିଶା କୋଚିଂ ସେଂଟରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କମ୍ପ୍ୟୁଟର ସମେତ ଅନ୍ୟାନ ସାମଗ୍ରୀ ଜଳି ପୋଡ଼ି ପାଉଂଶ ହୋଇଯାଇଛି । ଘଟଣାସ୍ଥଳରେ ଦମକଳ ବାହୀନି ପହଂଚି ନିଆଁକୁ ଆୟତ କରିଛନ୍ତି । କିଛି ସମୟର ଅଗ୍ନିକାଣ୍ଡ କୋଚିଂ ସେଂଟର ବହୁ ମୂଲ୍ୟବାନ ସାମଗ୍ରୀ ପୋଡ଼ି ପାଉଂଶ କରିଦେଇଥିବା ସୂଚନା ରହିଛି । ତେବେ ଏହି ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ କୋଚିଂ ସେଣ୍ଟରରେ ପାଠ ପଢା ଆରମ୍ଭ ହେବା ପୂର୍ବରୁ କୈାଣଶି କାରଣରୁ ନିଆଁ ଲାଗିଯାଇଥିଲା ।

 

ତେବେ ଖବର ପାଇ ସ୍ଥାନୀୟ ଦମକଳ ବାହୀନି ଘଟଣାସ୍ଥଳରେ ପହଚିଂ ବା ସହ ନିଆଁକୁ ଆୟତ୍ତ କରିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ଅନେକ ଲୋକ ସେଠାରେ ଭିଡ ଜମାଇଥିଲେ । ତେବେ ସେଠାରେ ସ୍ଥାନୀୟ ପୋଲିସ ମଧ୍ୟ ପହଚିଂ ଭିଡକୁ ନିୟନ୍ତ୍ରଣ କରିଥିଲେ । କିନ୍ତୁ ବାରମ୍ବାର ରାଜଧାନୀରେ ବିଭିନ୍ନ ମହଲ ଓ କୋଚିଂ ସେଣ୍ଟରରେ ନିଅାଁ ଲାଗୁଛି । ସେହି କୋଚିଂ ସେଣ୍ଟରରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ତାହା ବର୍ତ୍ତମାନ ସମୟରେ ଜଣାପଡିନାହିଁ ।