ଖୁବଶୀଘ୍ର ଆସିବ ବ୍ୟାଟେରୀ ଚାଳିତ କ୍ରେଡିଟ କାର୍ଡ, ବଟନ ଟଚ୍ କଲେ ମିଳିବ ମନପସନ୍ଦର ସୁବିଧା

128

ମ୍ୟାଜିଷ୍ଟ୍ରିପ ଡେବିଟ କାର୍ଡକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଡିସେମ୍ବର ୩୧ ସୁଦ୍ଧା ଯଦି ମ୍ୟାଜିଷ୍ଟ୍ରିପ କାର୍ଡକୁ ଇଏମଭି କାର୍ଡରେ ପରିବର୍ତ୍ତନ କଲେ ତାହା ବନ୍ଦ ହୋଇଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି । ଆଉ ଏସବୁ ଭିତରେ ଇଣ୍ଡସଇଣ୍ଡ ବ୍ୟାଙ୍କ ଏଭଳି ଏକ କ୍ରେଡିଟ କାର୍ଡ ସାମ୍ନାକୁ ଆଣିଛି ଯାହାକୁ ନେଇ ଏବେ ବ୍ୟାଙ୍କ ଗ୍ରାହକଙ୍କ ମଧ୍ୟରେ ଚର୍ଚ୍ଚା ବଢି ଚାଲିଛି । କାରଣ ଏହି କ୍ରେଡିଟ କାର୍ଡ ଗୁଡିକ ବ୍ୟାଟେରୀରେ ଚାଲିବ ।

ଇଣ୍ଡସଇଣ୍ଡ ବ୍ୟାଙ୍କ ଆଗକୁ ଜାରି କରିବାକୁ ଯାଉଥିବା  Nexxt Credit Card ଗୁଡିକ ବ୍ୟାଟେରୀ ଦ୍ୱାରା ଚାଲିବ । ଏହା ଦେଶର ପ୍ରଥମ ବ୍ୟାଟେରୀ ଚାଳିତ କ୍ରେଡିଟ କାର୍ଡ । ଯଦି ଗ୍ରାହକଙ୍କ ପାଖରେ ଏହି କ୍ରେଡିଟ କାର୍ଡ ଥାଏ ତେବେ ଇଏମଆଇରେ ସାମଗ୍ରୀ କିଣିବା ବେଳେ କଷ୍ଟମର କେୟାରଙ୍କୁ ଗ୍ରାହକଙ୍କୁ ଫୋନ କରିବାକୁ ପଡିବ ନାହିଁ । ଏପରିକି ଗ୍ରାହକ ଯେତେବେଳେ ଚାହିଁବେ ଇଏମଆଇରେ ସପିଂ କରିପାରିବେ ।

ଉନ୍ନତ ଜ୍ଞାନକୌଶଳରେ ପ୍ରସ୍ତୁୂତ ହୋଇଥିବା ଏହି କ୍ରେଡିଟ କାର୍ଡରେ ୩ଟି ବଟନ ରହିଥାଏ । ପ୍ରଥମ ବଟନଟି ଇମଏଆଇ ଦେବା ପାଇଁଥିବା ବେଳେ ଦ୍ୱିତୀୟ ବଟନଟି ରିୱାର୍ଡ ପଏଣ୍ଟକୁ ଖର୍ଚ୍ଚ କରିବାକୁ ରହିଛି । ସେହିଭଳି ତୃତୀୟ ବଟନରେ କ୍ରେଡିଟ କାର୍ଡରେ ପେମେଣ୍ଟ ଦେବାକୁ ବିକଳ୍ପ ରହିଥାଏ । ଅଥାର୍ତ ଗ୍ରାହକ ଏହି ୩ଟି ବିକଳ୍ପ ମଧ୍ୟରୁ ଯଦି କୌଣସି ଉପାୟରେ ପେମେଣ୍ଟ ଦେବାକୁ ଚାହୁଁଥାନ୍ତି ତେବେ ଉପରୋକ୍ତ ବଟନ ମଧ୍ୟରୁ ଗୋଟିଏ ବାଛିବାକୁ ପଡିବ । ଆଉ ବଟନକୁ ବାଛିବା ପରେ ଏକ ହାଲକା ରଙ୍ଗର ଲାଇଟ ଜଳିବ ।

ଯଦି ଆପଣ ଇଏମଆଇରେ କୌଣସି ସାମଗ୍ରୀ କିଣିବାକୁ ଯୋଜନା କରୁଥାନ୍ତି ତେବେ ଏହି କାର୍ଡରେ ଥିବା ଉକ୍ତ ବଟନର ବିକଳ୍ପକୁ ବାଛିବା କ୍ଷଣି ଏକ ମେସେଜ ଆସିବ । ଯେଉଁଥିରେ କିସ୍ତି ଭରିବାକୁ ,୬, ୧୨, ୧୮କିମ୍ବା ୨୪ ମାସର ବିକଳ୍ପ ରହିବ । ଯେଉଁ ବିକଳ୍ପ ମଧ୍ୟରୁ ଗ୍ରାହକ ନିଜ ମନ ପସନ୍ଦର ବିକଳ୍ପ ବାଛି ପାରିବେ ।

କିଭଳି ଆବେଦନ କରିବେ : ଏହି କ୍ରେଡିଟ କାର୍ଡରେ ଅନ୍ୟ କ୍ରେଡିଟ କାର୍ଡ ଭଳି ଅନେକ ସୁବିଧା ମିଳିବ । ତେବେ ଏହି କାର୍ଡ ବାବଦରେ ଜାଣିବାକୁ ଚାହୁଁଥିଲେ ଇଣ୍ଡସଇଣ୍ଡ ବ୍ୟାଙ୍କର ୱେବସାଇଟକୁ ଯାଇ ଯାଞ୍ଚ କରିପାରିବେ । ଯେଉଁଥିରେ ଏହି କାର୍ଡ ବାବଦରେ ସମସ୍ତ ତଥ୍ୟ ପାଇପାରିବେ ଗ୍ରାହକ ।