ଅସୁସ୍ଥତା ପାଇଁ ଚାଲିଯାଇଥିଲା ଝିଅର ଜୀବନ ! ଝିଅର ସ୍ମୃତିରେ ୪୫ ଜଣ ଗରିବ ଝିଅଙ୍କ ପଢା ଖର୍ଚ୍ଚ ଉଠାଉଛନ୍ତି ବସଭରାଜ ।
ନିଜ ଝିଅର ସ୍ମୃତିରେ ଜଣେ ବାପା ୪୫ଜଣ ଗରିବ ଛାତ୍ରୀଙ୍କ ପଢ଼ା ଖର୍ଚ୍ଚ ଉଠାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଅଜଣା ରୋଗରେ ପୀଡ଼ିତ ହୋଇ ଝିଅ ପ୍ରାଣ ହରାଇବା ପରେ ଭାଙ୍ଗି ପଡ଼ିଥିଲେ ବସଭରାଜ । ଏତେ କମ ବୟସରୁ ଝିଅ ଚାଲିଯିବା ପରେ ସେ ଦୁଃଖକୁ ବସଭରାଜଙ୍କ ପରିବାର ଭୁଲି ପାରି ନଥିଲା । ହେଲେ ଘରେ ବସି ନିଜ ଝିଅକୁ ମନେ ପକାଇବା ଅପେକ୍ଷା ବସଭରାଜ ଏକ ଅନୁପ୍ରାଣିତ କଲା ଭଳି କାମ କରିବା ପାଇଁ ମନସ୍ଥ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ନିଜ ଝିଅ ଭଳି ଅନ୍ୟ ୪୫ଜଣ ଗରିବ ବାପର ଝିଅକୁ ସେ ପଢ଼ିବାରେ ସାହାଯ୍ୟ କରିବେ ବୋଲି ନିଷ୍ପତି ନେଇଥିଲେ । ବସଭରାଜ ପେଶାରେ କ୍ଲର୍କ ହୋଇଥିବା ବେଳେ ଏକ ସରକାରୀ ହାଇସ୍କୁଲର ୪୫ଜଣ ଗରିବ ପରିବାରର ଛାତ୍ରୀମାନଙ୍କ ପଢ଼ା ଖର୍ଚ୍ଚ ଉଠାଇବେ ବୋଲି ନିଷ୍ପତି ନେଇଛନ୍ତି । ଚଳିତ ବର୍ଷଠାରୁ ସେ ଏହି କାମ କରିବା ଆରମ୍ଭ କରିଥିବା ଜଣା ପଡ଼ିଛି ।