ପୁରୀ ଓ ଗଞ୍ଜାମ ଜିଲ୍ଳାର ଲୁଣି ପାଣି ଅଂଚଳରେ ଯୋଗାଇଦିଆଯିବ ମିଠା ପାଣି : ବସୁଧା ଯୋଜନାରେ ୧୪୭ ଗାଁକୁ ମିଳିବ ପିଇବା ପାଣି
କନକ ବ୍ୟୁରୋ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଲୁଣିପାଣି ଅଂଚଳରେ ବସୁଧା ଯୋଜନାରେ ମିଠା ପିଇବା ପାଣି ପାଇଁ ଯୋଜନା । ଏହି ଯୋଜନାରେ ପୁରୀ ଜିଲ୍ଳାର କୃଷ୍ଣପ୍ରସାଦ ବ୍ଲକର ୯୨ଟି ଓ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ୫୫ଟି ଗାଁକୁ ମିଳିବ ବିଶୁଦ୍ଧ ପିଇବା ପାଣି । ପ୍ରାୟ ୧୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ପାନୀୟଜଳ ପ୍ରକଳ୍ପ । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକକୁ ଆଜି ଦିନିକିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ବସୁଧା ଯୋଜନାରେ ୧୪୭ଟି ଗ୍ରାମକୁ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଚାରିଛକରେ ଏଥିପାଇଁ ଆୟୋଜନ କରାଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ବ୍ରହ୍ମଗିରି ଅଂଚଳରେ ବିଶୁଦ୍ଧ ପାଣି ପିଇବା ପାଇଁ ଅନେକ ଦିନରୁ ଚାହିଁବସିଥିଲେ । ଦୀର୍ଘ ଦିନ ପରେ ସ୍ୱପ୍ନ ପୁରଣ ହେଉଥିବାରୁ ଅଂଚଳବାସୀ ଉତ୍ସାହିତ ଅଛନ୍ତି । ତେବେ ଏହାକୁ ନେଇ ବ୍ରହ୍ୱଗରି ବିଧାୟକ କହିଛନ୍ତି ଏହା ଏକ ଐତିହାସିକ ମୁହୂର୍ତ୍ତ । ତେବେ ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୧୮୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କହିଛନ୍ତି ବ୍ରହ୍ୱଗରି ବିଧାୟକ ।