୧୨ ବର୍ଷ ପରେ ସାହସ ଜୁଟାଇଲା ପ୍ରଶାସନ : ଖୋଲିଲା ବସ୍ତର ଦରଭାଘାଟିର ସାପ୍ତାହିକ ହାଟ

27

କନକ ବ୍ୟୁରୋ : ୧୨ବର୍ଷ ପରେ ଖୋଲିଲା ସାପ୍ତାହିକ ହାଟ । ମାଓ ପ୍ରବଣ ଛତିଶଗଡ ବସ୍ତର ଅଂଚଳର ଦରଭା ଘାଟିରେ ଦୀର୍ଘ ୧୨ବର୍ଷ ପରେ ଖୋଲିଛି ସାପ୍ତାହିକ ହାଟ ।

ଦୀର୍ଘ ବର୍ଷ ଧରି ଏହି ଅଂଚଳ ମାଓବାଦୀଙ୍କ କବଜାରେ ଥିଲା । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିଲେ, ୧୨ବର୍ଷ ପରେ ପ୍ରଶାସନ ସାହାସ ଜୁଟାଇ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରି ହାଟ ଖୋଲିବାରେ ଲୋକଙ୍କୁ ସହଯୋଗ କରିଛି ।

ପ୍ରଶାସନ ସହାୟତାରେ ସ୍ଥାନୀୟ ଲୋକଙ୍କ ସାଧାରଣ ଜୀବନ ଯାତ୍ରା ଆରମ୍ଭ ହୋଇଛି । ଲୋକେ ବଜାରକୁ ଆସି ଜିନିଷ କିଣାବିକା କରିଛନ୍ତି । ଦୀର୍ଘ ଦିନ ଧରି ସ୍ଥାନୀୟ ଅଂଚଳରେ ମାଓବାଦୀଙ୍କ ଦମନଲୀଳା ଚାଲିଥିଲା ।

ମାଓବାଦୀଙ୍କ ଗୋଟିଏ ପରେ ଗୋଟିଏ ନାରକୀୟ କାଣ୍ଡ ଯୋଗୁଁ ସ୍ଥାନୀୟ ଲୋକଙ୍କ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା । ଏବେ ଦୀର୍ଘ ଦିନ ପରେ ସାପ୍ତାହିକ ହାଟ ଖୋଲିବା ପରେ ଲୋକେ ଆଶ୍ୱସ୍ତି ଅନୁଭବ କରିଛନ୍ତି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :