ଜିରୋ ବାଲାନ୍ସରେ ଖୋଲନ୍ତୁ ଏହି ବ୍ୟାଙ୍କରେ ଖାତା । ଲାଗିବ ନାହିଁ କୌଣସି ଚାର୍ଜ । ମିଳିବ ଅନେକ ସୁବିଧା

24

ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଂଟ (ବିଏସିବିଡିଏ) ହେଉଛି କେନ୍ଦ୍ର୍ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଆରମ୍ଭ କରାଯାଇଥିବା ଏକ ସ୍ୱତନ୍ତ୍ର ଯୋଜନା । ଯାହାର ଉଦ୍ଦେଶ୍ୟ ହେଲା ଗରିବଙ୍କ ପର୍ଯ୍ୟନ୍ତ ବ୍ୟାଙ୍କିଂ ସେବା ପହଂଚାଇବା । ଏହାକୁ ମଧ୍ୟ ଜିରୋ ବାଲାନ୍ସ ଆକାଉଂଟ କହିପାରିବେ । ଏଥିରେ ବ୍ୟାଙ୍କ, ଗ୍ରାହକଙ୍କର ସାଧାରଣ ଆବଶ୍ୟକତାକୁ ମାଗଣା ଏଟିଏମ, ମାସିକ ଷ୍ଟେଟମେଂଟ ଏବଂ ଚେକ୍ ବୁକ୍ ଜରିଆରେ ଧ୍ୟାନ ରଖିଥାଏ ।

ଏହି ଖାତାର ବିଶେଷତ୍ୱ ହେଲା କି, କ୍ରେଡିଟ୍ ଆଣ୍ଡ ମନି ଟ୍ରାନ୍ସଫର ସୁବିଧା ଏବଂ ସରଳ କେୱାଇସି ନିୟମଗୁଡିକ ଆଧାରରେ ଏଟିଏମ ଡେଭିଟ୍ କାର୍ଡ ଭଳି ସୁବିଧାମାନ ରହିଛି । ଯାହା ଦ୍ୱାରା ଜିରୋ ବାଲାନ୍ସ ସହିତ ଖାତା ଖୋଲାଯାଇପାରିବ । ଏହା ଅନ୍ତର୍ଗତ ଜଣେ ବ୍ୟକ୍ତିଙ୍କୁ କୌଣସି ବି ବ୍ୟାଙ୍କରେ କେବଳ ଗୋଟିଏ ହିଁ ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଂଟ ଖୋଲିବାର ଅନୁମତି ଦିଆଯିବ । ଏଠାରେ କହି ରଖୁଛୁ କି, ଯଦି କୌଣସି ବ୍ୟକ୍ତିଙ୍କ ଉକ୍ତ ବ୍ୟାଙ୍କରେ ଅନ୍ୟ କୌଣସି ଖାତା ରହିଥାଏ କି ଖାଲନ୍ତି ତେବେ ୩୦ ଦିନ ଭିତରେ ତାଙ୍କୁ ପୁରୁଣା ଖାତାଟିକୁ ବନ୍ଦ କରିବାକୁ ପଡିବ ।

ଜାଣନ୍ତୁ ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଂଟରେ କଣ ରହିଛି ସୁବିଧା

ନୋ ମିନିମମ ବାଲାନ୍ସ

ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଂଟ ସାଧାରଣ ସଂଚୟ ଖାତାଠାରୁ ଭିନ୍ନ ରହିଛି । ଏଥିରେ ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ରହିନଥାଏ । ସାଧାରଣତଃ ଅନେକ ବ୍ୟାଙ୍କରେ ଏହା ବାଧ୍ୟତାମୂଳକ ହୋଇଥାଏ ଏବଂ ଏହାର କମ ହେବା କାରଣରୁ ମଧ୍ୟ ଜରିମାନା ଦେବାକୁ ପଡିଥାଏ । ଯେବେକି ବିଏସବିଡିଓରେ ଏଭଳି ପ୍ରକାରର କୌଣସି ବି ସର୍ତ୍ତ ରଖାଯାଇନାହିଁ ।

ସାଧାରଣ ସଂଚୟ ଖାତା ପାଇଁ ଯେତିକି ସୁଧ

ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟରେ ସାଧାରଣ ସଂଚୟ ଖାତା ଭଳି ସୁଧ ମିଳିଥାଏ । ଏଥିରେ ବ୍ୟାଙ୍କ ବ୍ରାଂଚ କିମ୍ବା ଏଟିଏମରୁ କ୍ୟାସ ଜମା କିମ୍ବା ଉଠାଣ, ଚେକ୍ ବୁକ୍ ଏବଂ ଅନଲାଇନ ଫଣ୍ଡ ଟ୍ରାନ୍ସଫର ଭଳି ସୁବିଧା ମିଳିଥାଏ ।

ଯୋଗ୍ୟତା

ପ୍ରତ୍ୟେକ ବ୍ୟାଙ୍କର ଖାତାଧାରୀଙ୍କ ମାନକ ଭିନ୍ନ ଭିନ୍ନ ରହିଥାଏ । ଯାହାକି ବୟସ ଏବଂ ଆୟ ଉପରେ ନିର୍ଭର କରିଥାଏ । ଆରବିଆଇର ଗାଇଡଲାଇନ୍ସ ଅନୁସାରେ, ବ୍ୟାଙ୍କ ଗ୍ରାହକଙ୍କ ଉପରେ ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଂଟ ଆଧାରରେ ଖାତା ଖୋଲିବା ଦ୍ୱାରା ବୟସ କିମ୍ବା ଆୟର ସୀମୀ ଲଗାଯାଇ ପାରିବ ନାହିଁ ।

ଆକାଉଂଟ କ୍ଲୋଜିଂ ଉପରେ ଲାଗିବ ନାହିଁ କୌଣସି ଚାର୍ଜ

ଡେଭିଟ୍ କାର୍ଡ ବ୍ୟବହାର କରିବା ଉପରେ କୌଣସି ଚାର୍ଜ ଲାଗିବ ନାହିଁ । ଯେବେକି ସାଧାରଣ ଖାତା ପାଇଁ ୧୦୦ଟଙ୍କା ରୁ ୩୦୦ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଲାଗିଥାଏ । ବ୍ୟାଙ୍କର ଏହି ଆକାଉଂଟ ପାଇଁ ବେସିକ ରୂପରେ ଏଟିଏମ କମ୍ ଡେଭିଟ କାର୍ଡ ଜାରି କରିଥାଏ । ଯାହା ଉପରେ କୌଣସି ଶୁଳ୍କ ଲାଗୁ କରାଯାଇନଥାଏ । ସାଧାରଣ ସଂଚୟ ଖାତା ଆଧାରରେ ଆପଣ ଏହି ଆକାଉଂଟରେ ଇଂଟରନେଟ୍ ବ୍ୟାଙ୍କିଂର ସୁବିଧାର ପ୍ରୟୋଗ କରିପାରିବେ ଏବଂ ଏହି ଆକାଉଂଟକୁ ବନ୍ଦ କରିବା ଉପରେ ମଧ୍ୟ କୌଣସି ଶଳ୍କ ଲାଗି ନଥାଏ ।

କେତେ ମିଳିବ ସୁଧ

ବେସିକି ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଂଟରେ ଫିକ୍ସଡ ଡିପୋଜିଟ ଏବଂ ଆରଡି ମଧ୍ୟ ଖୋଲି ପାରିବେ । ଜିରୋ ବାଲାନ୍ସ ଆକାଉଂଟରେ ଗୋଟିଏ କୋଟି ଟଙ୍କାରୁ କମ୍ ରାଶି ଉପରେ ୩.୫ ପ୍ରତିଶତ ଦରରେ ସୁଧ ମିଳିଥାଏ ।

କେଉଁ ସବୁ ବ୍ୟାଙ୍କମାନଙ୍କରେ ଏହି ସୁବିଧା ଉପଲବ୍ଧ

ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଂଟର ସୁବିଧା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏଚଡିଏଫସି ବ୍ୟାଙ୍କରେ ଉପଲବ୍ଧ ।