ସ୍ୱାଧୀନ ଭାରତରେ ପରାଧୀନ ନାରୀ ! ଏବେ ବି ଏହି ୬ଟି ଅଧିକାରକୁ ନେଇ ଜାରି ରହିଛି ମହିଳାଙ୍କ ସଂଘର୍ଷ

3

ଏକ ମୁକ୍ତ ଉଡାଣର ନାଁ ହେଉଛି ସ୍ୱାଧୀନତା । ଏକ ବନ୍ଧନମୁକ୍ତ ଯାତ୍ରାର ନାଁ ହେଉଛି ସ୍ୱାଧୀନତା । କିଛି ଦିନ ତଳେ ସମଗ୍ର ଦେଶରେ ପାଳନ ହୋଇଛି ସ୍ୱାଧୀନତାର ଏହି ଉତ୍ସବ । ହେଲେ ସ୍ୱାଧୀନତାର ଅର୍ଥ କଣ କେବଳ ଅଗଷ୍ଟ ୧୫ । ଏହି ଉତ୍ସବ କଣ ସେହି ଗୋଟିଏ ଦିନର । କଣ ପ୍ରକୃତ ଅର୍ଥରେ ଦେଶ ସ୍ୱାଧୀନ ହୋଇଛି । ଯଦି ହଁ , ତେବେ ସ୍ୱାଧୀନ ଦେଶରେ ଆଜି ବି କାହିଁକି ପରାଧୀନ ନାରୀ । ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ କାହିଁକି ଧର୍ଷଣ, ଯୌନ ନିର୍ଯାତନା ଆଦିରୁ ଆଜି ବି ମୁକ୍ତି ପାଇ ପାରୁ ନାହିଁ ନାରୀ ।

ଭାରତ ଏକ ଶାନ୍ତିପ୍ରିୟ ଦେଶ ଭାବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଠାରେ ସବୁ ଧର୍ମ ଓ ସବୁ ବର୍ଗକୁ ସମାନ ଅଧିକାର ଦିଆଯାଏ। ଯେଉଁଠି ଜନ୍ମ ନେଇ ମହାତ୍ମାଗାନ୍ଧୀ ଓ ବିବେକାନନ୍ଦ ଭଳି ମହାପୁରୁଷ ସାରା ବିଶ୍ୱ ପାଇଁ ଶାନ୍ତିର ବାର୍ତ୍ତା ବାଣ୍ଟିଛନ୍ତି । ଯେଉଁଠି ନାରୀମାନଙ୍କୁ ଦେବୀ ରୂପରେ ସମ୍ମାନ ଦିଆଯାଇଥାଏ। ହେଲେ ଏବେ ଆମ ଦେଶରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଆଜି ବି ନିଜ ଜୀବନ ପାଇଁ ସଂଘର୍ଷ କରୁଛି ନାରୀ । ଆଉ ଆଜି ବି ନିଜ ଅଧିକାର ପାଇଁ ସଂର୍ଘଷରତ ନାରୀ । ଯେଉଁ ଦେଶକୁ ଆମେ ମା’ ବୋଲି ସମ୍ବୋଧନ କରୁଛେ ସେହି ମା’ କୋଳରେ , ସେହି ମାଟିରେ ନିଜର ଅସ୍ତିତ୍ୱ ଖୋଜୁଛି ଆଉ ଜଣେ ମା’ । ଏବେ ନଜର ପକାନ୍ତୁ କେଉଁ ୬ଟି ଅଧିକାର ପାଇଁ ସଂଘର୍ଷ କରିବା ସହ ମୁକ୍ତି ଚାହୁଁଛି ନାରୀ ।

ଧର୍ଷଣରୁ ମୁକ୍ତି :
iit rape issueଭାରତରେ ଦୁଷ୍କର୍ମ ମାତ୍ରା ଏତେ ଯେ ପ୍ରତିଦିନ ଘରୁ ଗୋଡ ବାହାର କରିବା ପୂର୍ବରୁ ସାଧାରଣ ମହିଳାଟିଏ ବାରମ୍ବାର ଭାବିଥାଏ । ତେବେ କିଛି ମହିଳା କେବଳ ବାହାରେ ନୁହେଁ ନିଜ ଘରେ ମଧ୍ୟ ଡରି ଡରି ରହିଥାନ୍ତି । କାରଣ ଏଭଳି ରାକ୍ଷାସ କେବଳ ବାହାରେ ନୁହଁନ୍ତି ଘରେ ମଧ୍ୟ ଥାନ୍ତି । କେବେ , କେମିତି , କେଉଁଠି ଏବଂ କେଉଁ ରୂପରେ ଏମାନେ ଆସିଥାନ୍ତି ତାହା କହିବା କଷ୍ଟ । ଏକ ରିପୋର୍ଟ ଅନୁଯାୟୀ. କେବଳ ଦିଲ୍ଲୀରେ ପ୍ରତିଦିନ ହାରାହାରି ୬ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଥାନ୍ତି । ୨୦୧୫ରେ ପୁରା ଭାରତରେ ପ୍ରାୟ ୩୪,୬୫୧ ଦୁର୍ଷ୍କମ ମାମଲା ରୁଜୁ ହୋଇଥିଲା ।

ତେବେ ମାମଲା ରୁଜୁ କରିବା ପରେ କଣ ହୋଇଥାଏ । ଅନେକ ସ୍ଥାନରେ ବୁଝାମଣା ବା ସାଲିସ୍ କରିବାକୁ ଚାପ ପକାଯାଇଥାଏ । ସେମିତି ଏକ ଘଟଣା ନିକଟରେ ସାମ୍ନାକୁ ଆସିଥିଲା । ଧର୍ଷଣ ପରେ ଜଣେ ୧୪ ବର୍ଷୀୟ ନାବାଳିକା ମା’ ହେବା ପରେ ତାଙ୍କୁ ଦୁଷ୍କର୍ମକାରୀ ସହ ବିବାହ କରିଦିଆଯାଇଥିଲା । କେବଳ ଏହି ଗୋଟିଏ ନୁହେଁ ଅନେକ ଉଦାହରଣ ରହିଛି । କିଛି ସାମ୍ନାକୁ ଆସିଛି ଆଉ କିଛି ଆସି ପାରିନି ।

ଯଦି ଆମେ ଓଡିଶା କଥା ଦେଖିବା ୨୦୧୬ ମେ’ରେ ଗୃହ ବିଭାଗର ଶ୍ୱେତପତ୍ର ଏକ ଭୟଙ୍କର ବାସ୍ତବତାକୁ ସାମ୍ନାକୁ ଆଣିଥିଲା । ଗତ କିଛି ବର୍ଷ ଧରି ରାଜ୍ୟରେ ବଢିଚାଲିଛି ଦୁଷ୍କର୍ମର ସଂଖ୍ୟା । ତଥ୍ୟ ଅନୁସାରେ, ଗତ ୪ ବର୍ଷ ଭିତରେ ଦୁଇ ଗୁଣିତ ହୋଇଛି ବଳାତ୍କାର ପୀଡିତାଙ୍କ ସଖ୍ୟା ।

୨୦୧୧ରେ ୧୧୧୨ ଜଣ ଧର୍ଷଣ ମାମଲା ପଂଜୀକୃତ ହୋଇଥିବା ବେଳେ ୨୦୧୨ରେ ସଂଖ୍ୟା ବଢି ହେଲା ୧୪୫୮ । ଅର୍ଥାତ ବର୍ଷକ ଭିତରେ ବଳାତ୍କାର ବଢିଲା ୩୧.୧୨% । ୨୦୧୨ ତୁଳନାରେ ୨୦୧୩ରେ ବଢିଲା ବଳାତ୍କାର ଅଭିଯୋଗ ସଂଖ୍ୟା । ବିଭିନ୍ନ ଥାନାରେ ୧୮୩୨ ମାମଲା ରୁଜ୍ଜୁ ହେଲା । ବଢିଲା ୨୫.୬୫% । ୨୦୧୪ରେ ୨୦୧୧ ମାମଲା ରୁଜ୍ଜୁ ହେଲା, ବଢିଲା ୯.୭୮% । ତେବେ ଭୟଙ୍କର ବାସ୍ତବତା ହେଉଛି, ୨୦୧୫ରେ ୨୨୮୬ ଧର୍ଷଣ ମାମଲା ଦାୟର ହେଲା । ଯାହା ଗତ ବର୍ଷ ତୁଳନାରେ ୧୩.୬୭% ଅଧିକ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୧ ତୁଳନାରେ ୨୦୧୫ରେ ବଳାତ୍କାର ଅଭିଯୋଗ ସଂଖ୍ୟାରେ ୧୦୪.୬୮% ବୃଦ୍ଧି ଘଟିଛି ।

୨୦୧୨ ନିର୍ଭୟା ବଳାତ୍କାର ଘଟଣା ପରେ ସାରା ଦେଶରେ ମୁହିମ ଆରମ୍ଭ ହୋଇଥିଲା । ଶକ୍ତ ଆଇନ ବଳରେ ଅପରାଧୀ ଏବଂ ଏଭଳି ମନୋଭାବ ରଖୁଥିବା ବ୍ୟକ୍ତିଙ୍କ ଉପରେ ରୋକ ଲଗାଯାଇ ପାରିବ ବୋଲି ଦୃଢ ଦାବି ବି ଉଠିଥିଲା । ହେଲେ ରାଜ୍ୟ ଗୃହ ବିଭାଗ ଉପସ୍ଥାପନ କରିଥିବା ଶ୍ୱେତପତ୍ର ଯେଉଁ ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛି ତାହା ଚିନ୍ତା କରିବାକୁ ବାଧ୍ୟ କରୁଛି । ରାଜ୍ୟରେ ଯେଉଁଭଳି ଭାବେ ମହିଳାଙ୍କ ବିରୋଧରେ ଅପରାଧ ପ୍ରବଣତା ବଢୁଛି, ଆଉ ମହିଳା ଧର୍ଷଣର ଶିକାର ହେଉଛନ୍ତି, ତାହା ସ୍ପଷ୍ଟ ପ୍ରମାଣିତ କରୁଛି, ଯେ ରାଜ୍ୟରେ ମହିଳା ଅସୁରକ୍ଷିତ ।

ପିଛା କରିବା ଏବଂ ଏସିଡ୍ ଆଟାକରୁ ମୁକ୍ତି :
acid_attack.jpg__640x426_q85_crop_subsampling-2_upscaleଯୁବତୀଙ୍କୁ ପିଛା କରିବା ଏବଂ ଅଶ୍ଳୀଳ ଇଙ୍ଗିତ କରିବା ପରି ଘଟଣା ମଧ୍ୟ ପ୍ରତିଦିନ ହୋଇଥାଏ । ଏହାର ଏକ ତାଜା ଉଦାହରଣ ହେଉଛି ଚଣ୍ଡିଗଡର ବର୍ଣ୍ଣିକା କୁଣ୍ଡୁଙ୍କ ମାମଲା । ହେଲେ ଏହା ପ୍ରଥମ ଘଟଣା ନୁହେଁ । ସେପ୍ଟେମ୍ବର ୨୦୧୬ରେ ଦିଲ୍ଲୀର ଜଣେ ସ୍କୁଲ୍ ଶିକ୍ଷକ କରୁଣାଙ୍କୁ ସୁରେନ୍ଦ ସିଂହ ନାମକ ଜଣେ ବ୍ୟକ୍ତି ୨୨ଥର ଛୁରୀ ଭୂସି ବିଭତ୍ସ ହତ୍ୟା କରିଥିଲା । ସୁରେନ୍ଦ୍ର ଦୀର୍ଘ ୫ ବର୍ଷ ଧରି କରୁଣାଙ୍କ ପିଛା କରୁଥିଲା ଏବଂ ଉକ୍ତ ଘଟଣାର ୫ ମାସ ପୂର୍ବରୁ ତାଙ୍କ ପରିବାର ଲୋକ ସୁରେନ୍ଦ୍ର ବିରୋଧରେ ଅଭିଯୋଗ କରିଥିଲେ ।

ଦେଶରେ ଯୁବତୀ ମାନଙ୍କର ‘ନା’ କହିବା ଅଧିକାର ବି ନାହିଁ । ଯଦି ନା କହିଲେ ତେବେ ଫଳ ହେଉଛି ଏସିଡ୍ ଆଟାକ୍ । ଏକ ରିପୋର୍ଟ ମୂତାବକ ଆଜି ପର୍ଯ୍ୟନ୍ତ ହୋଇଥିବା ଏସିଡ୍ ଆଟାକ୍ ଘଟଣାରେ ୮୫ ପ୍ରତିଶତ ମାମଲାରେ ପିଡିତା କେବଳ ମହିଳା । ଯେଉଁଥିରୁ ୪୧% ମାମଲା ୨୦୧୦ ରୁ ୨୦୧୩ମଧ୍ୟରେ ରୁଜୁ ହୋଇଥିଲା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏସିଡ୍ ମାଡ ଘଟଣାରେ ଭାରତ ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହିଛି। ରିପୋର୍ଟ ଅନୁଯାୟୀ ୨୦୧୦ରେ୨୭ଜଣ ଏସିଡ୍ ମାଡରେ ଶିକାର ହୋଇଥିବା ବେଳେ ୨୦୧୧ ରେ ୮୩ଜଣ ଓ ୨୦୧୫ ରେ ୩୪୯ଜଣ ଏସିଡ୍ ମାଡର ଶୀକାର ହୋଇଛନ୍ତି। ହେଲେ ଏଭଳି ଅପରାଧରେ ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳି ପାରୁନାହିଁ।

ସବୁଠୁ ଚିନ୍ତାର କଥା ହେଲା, ଏସିଡ୍ ମାଡରେ ଅଧିକ ଶୀକାର ହୋଇଛନ୍ତି ମହିଳା। ବିଶେଷ କରି ପ୍ରେମ ଓ ପ୍ରତାରଣା ମାମଲାରେ ମହିଳାଙ୍କ ଉପରେ ପୁରଷମାନେ ଏତେ ଭୟଙ୍କର ହୋଇପଡୁଛନ୍ତି ଯେ ଏସିଡ୍ ମାଡ଼ ଭଳି ବର୍ବର ଓ ଘୃଣ୍ୟ କାର୍ଯ୍ୟ କରିବାକୁ ବି ପଛଉ ନାହିଁ । ଭାରତରେ ଏସିଡ୍ ମାଡ ଘଟଣା ଧିରେ ଧିରେ ବଢିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ତ୍ରିକୋଣୀୟ ପ୍ରେମ କାହାଣୀ। କିଛି ସ୍ୱାର୍ଥପର ଯୁବକ ପ୍ରେମରେ ଅସଫଳ ହୋଇ ପ୍ରତିଶୋଧ ପରାୟଣ ହୋଇପଡୁଛନ୍ତି। ଯୁବତୀର ଚେହେରାକୁ ଏସିଡ୍ ଫିଙ୍ଗି ସବୁଦିନ ପାଇଁ ସେମାନଙ୍କୁ ବିକୃତ କରିଦେବାକୁ ଠିକ୍ ଭାବୁଛନ୍ତି।

ଯେଉଁଠି କେଦାରଗୌରୀ ଓ ହୀର୍-ରାଞ୍ଝା ଭଳି ପ୍ରମୀ ଯୁଗଳ, ପ୍ରେମ ପାଇଁ ବଳିଦାନ ଦେଇ ସାରା ସମାଜକୁ ଏକ ଦିଗଦର୍ଶନ ଦେଇଛନ୍ତି। ସେହି ଦେଶରେ ଏବେ ପ୍ରେମରେ ପ୍ରତାରିତ ହେଉଥିବା ଲୋକଟି ଏସିଡ୍ ମାଡ଼ କରି ପ୍ରତିଶୋଧ ନେଉଥିବା ଦେଖିବାକୁ ମିଳୁଛି ।

ଏହାକୁ ରୋକିବା ପାଇଁ ସୁପ୍ରିମକୋର୍ଟ ୨୦୧୩ରେ ଏସିଡ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ହେଲେ ଏପର୍ୟ୍ୟନ୍ତ ଏହା ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରିନାହିଁ । ହେଲେ କିଛି କ୍ଷେତ୍ରରେ ଏସିଡ୍ କିଣା ଉପରେ କଟକଣା ଲଗାଯାଇଛି । ଏସିଡ୍ କିଣିବାର ୩ଦିନ ମଧ୍ୟରେ ପୋଲିସକୁ କୈଫିୟତ ଦେବାର ନିୟମ ରହିଛି। ଏହାକୁ ଅବମାନନା କଲେ ୫୦,୦୦୦ ଟଙ୍କାର ଜରିମାନା ଦେବାର ଦଣ୍ଡବିଧାନ ରହିଛି। କିନ୍ତୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଉ ନ ଥିବାରୁ ଏସିଡ୍ ଆକ୍ରମଣ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି।

ସବୁଠାରୁ ସମ୍ବେଦନଶୀଳ ମାମଲା ଆସିଥିଲା ଉତ୍ତରପ୍ରଦେଶରୁ । ଜୁଲାଇ ୨୦୧୭ରେ ଆଲିଗଂଜର ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ସହ ଏସିଡ୍ ଆଟାକ୍ କରାଯାଇଥିଲା । କିଛି ମାସ ମଧ୍ୟରେ ଉକ୍ତ ଯୁବତୀଙ୍କ ଉପରେ ପ୍ରାୟ ୫ଥର ଏସିଡ୍ ଆଟାକ୍ କରାଯାଇଥିଲା । ଏପରିକି ଗଙ୍ଗା ଗୋମତୀ ଏକ୍ସପ୍ରେସରେ ପିଡୀତାଙ୍କୁ ଜୋର୍ କରି ଏସିଡ୍ ପିଆଯାଇଥିଲା ।

ରାସ୍ତାରେ ନିର୍ଭୟରେ ଯିବାର ଅଧିକାର :
ରାଜରାସ୍ତାରେ ହେଉ ବା କୌଣସି ଗଳିକନ୍ଦି । ନିର୍ଭରେ ଯିବାର ଅଧିକାର ଯେମିତି ମହିଳାଙ୍କର ନାହିଁ । କାରଣ କେଉଁଠି କେଉଁସ୍ଥାନରେ ନରରୂପି ରାକ୍ଷାସ ଚାଲିଆସିବେ କହି ହେବ ନାହିଁ । ଏପରିକି ଆପଣ ଗଣମାଧ୍ୟମରେ ପଢିଥିବେ ଘରୁ ବାଡିକୁ ଯିବା ମଧ୍ୟରେ କେହି ଦୁର୍ବୃତ୍ତ ଆସି ଝିଅକୁ ଅପହରଣ କରିନେଇଥିବା ବା ଦୁଷ୍କର୍ମ ଉଦ୍ୟମ କରିଥିବ ।

ଝିଅ ହୋଇ ଜନ୍ମ ହେବାର ସ୍ୱାଧୀନତା :
quint-hindi2017-08aeabed5f-a022-4f9d-9417-172efb599ea2ks‘ଅଲୋଡା ଶିଶୁ କନ୍ୟା’ ଏହି ହେଡଲାଇନରେ ଅନେକ ଥର ଅନେକ ସ୍ଥାନରେ ଆପଣ ମାନେ ଖବର ପଢିଥିବେ । କେଉଁଠି କନ୍ୟା ଭୃଣ ହତ୍ୟା କରାଯାଉଛି ତ କେଉଁଠି ଜନ୍ମ ପରେ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗି ଦିଆଯାଉଛି । ଏହି କନ୍ୟା ଭୃଣ ହତ୍ୟାକୁ ଆଖି ଆଗରେ ରଖି ‘କନ୍ୟା ରତ୍ନ କର ଯତ୍ନ’ ଏବଂ ‘ବେଟି ବଚାଓ ବେଟି ପଢାଓ’ ଆଦି ନାରା ଦିଆଯାଉଛି । ହେଲେ ଫଳ କଣ ଆସୁଛି । ଜାଣି ଆଶ୍ଚର୍ୟ୍ୟ ହେବେ ଦେଶରେ ଗାଁ ଅପେକ୍ଷା ସହରମାନଙ୍କରେ ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ୍ ।

ପାଠପଢିବାର ସ୍ୱାଧୀନତା :
ଦେଶରେ ମହିଳାଙ୍କ ସ୍ୱାକ୍ଷରତା ହାର ୬୮.୪% । ନ୍ୟାସନାଲ୍ ଫାମିଲି ହେଲ୍ଥ ସର୍ଭେ ୨୦୧୫-୧୬ ମୂତାବକ ୩୫.୭ % ଝିଅ ହିଁ ଅଧିକ ପାଠ ପଢିବାକୁ ସୁଯୋଗ ପାଉଛନ୍ତି । ଲାଗୁଛି ‘ବେଟି ବଚାଓ ବେଟି ପଢାଓ’ ଯୋଜନାରେ ଆହୁରି ଅଧିକ କାମ କରିବାକୁ ପଡିବ ।

କାମ କରିବା ଏବଂ ସମାନ ଦରମା ପାଇବା ଅଧିକାର :
ମହିଳା ଏବଂ ପୁରୁଷ ସମାନ କାମ କଲେ ମଧ୍ୟ ଦରମା ସମାନ ମିଳିନଥାଏ । ଦରମାର ଏହି ପ୍ରଭେଦ ହେଉଛି ୩୦% । ଏଥିପାଇଁ ଆଇନ୍ ମଧ୍ୟ ଅଛି । ତେବେ ଆଇନ୍ ରହିଲେ କଣ ହେବ ଅଧିକାଂଶ ମହିଳା କାମ ହିଁ କରୁନାହାଁନ୍ତି । ୧୯୯୦ରେ ମହିଳା ଶ୍ରମ ଭାଗିଦାରୀ ୩୪.୮% ଥିବା ବେଳେ ୨୦୧୩ରେ ଏହା କମି ହୋଇଯାଇଛି ୨୭% । ୱାର୍ଲ୍ଡ ବ୍ୟାଙ୍କ୍ ରିପୋର୍ଟ ମୂତାବକ ୨୦୧୩ରେ ପାକିସ୍ତାନ୍ ପରେ ରୋଜଗାରରେ ମହିଳାଙ୍କ ସବୁଠାରୁ କମ୍ ହାର ହେଉଛି ଭାରତରେ ।

Comments are closed.