ବର୍ଷା ସୋନୀଙ୍କ ପିଛା ଛାଡୁନି ବିବାଦ : ବାର୍ଥଡେ ପାଳନକୁ ନେଇ ବାଲେଶ୍ୱର ସହରରେ ଜୋରଦାର ଚର୍ଚ୍ଚା

63

ବାଲେଶ୍ୱର : ବିବାଦ ବର୍ଷାସୋନି ଚୌଧୁରୀଙ୍କ ପିଛା ଛାଡୁନି । ପ୍ରଥମେ ଶାଶୁ ଘର ଲୋକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗକୁ ନେଇ ବିବାଦ, ତିନି ବର୍ଷ ପରେ ପୁଣି ସ୍ୱାମୀ ରାଜାଶ୍ରୀଙ୍କ ସହ ମହାମିଳନକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏବେ ତାଙ୍କର ବାର୍ଥଡେ ପାଳନକୁ ନେଇ ବାଲେଶ୍ୱର ସହରରେ ଜୋରଦାର ଚର୍ଚ୍ଚା । ବର୍ଷାସୋନି ତାଙ୍କ ବାପଘରେ ପାଳନ କରିଛନ୍ତି ଜନ୍ମଦିନ ।

ବେଶ ଆଡମ୍ବରରେ ଏହି ଜନ୍ମଦିନ ପାଳନ ହୋଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ । ତେବେ ଦେଖିବାକୁ ମିଳିନଥିଲା ତାଙ୍କ ଶାଶୁ ଶ୍ୱଶୁରଙ୍କୁ ।ଯାହାକୁ ନେଇ ବାଲେଶ୍ୱର ସହରରେ ଚର୍ଚ୍ଚା ହୋଇଛି । ଜାଣିବାକୁ ମିଳିଛି ରଘୁନାଥ ମହାନ୍ତି ତାଙ୍କ ପତ୍ନୀଙ୍କ ସହ ଦିଲ୍ଲୀ ଯାଇଛନ୍ତି । ହେଲେ ବୋହୂର ଜନ୍ମଦିନ ପାଳନ ବେଳେ ଶାଶୂ ଶ୍ୱଶୁରଙ୍କ ଅନୁପସ୍ଥିତିକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ସହରବାସୀ ।

କିଛି ମାସ ତଳେ ଯେତେବେଳେ ବର୍ଷାସୋନି ଓ ରାଜାଶ୍ରୀ ଏକାଠି ହେବା ସମୟରେ ମଧ୍ୟ ରଘୁନାଥ ମହାନ୍ତି ଓ ପତ୍ନୀଙ୍କୁ ଦେଖିବାକୁ ମିଳିନଥିଲା । ଏହି ପ୍ରସଙ୍ଗରେ ଗଣମାଧ୍ୟମଠାରୁ ମଧ୍ୟ ଦୂରେଇ ରହିବାକୁ ଭରପୂର ଉଦ୍ୟମ କରିଥିଲେ ରଘୁନାଥ । କେବଳ କହିଥିଲେ, ପିଲା କଳିରୁ ମହାଭାରତ ହୋଇଥିଲା ।

ସେମାନେ ଭୁଲ ବୁଝିପାରି ଏକାଠି ହୋଇଛନ୍ତି ବୋଲି କହିଥିଲେ ରଘୁନାଥ । ଆଲୋଚନା ହେଉଛି, ଏହି ବିବାଦ ଚାଲିଥିବା ବେଳେ ଶ୍ୱଶୁର ରଘୁନାଥ ମହାନ୍ତିଙ୍କୁ ଯେଭଳି ଭାବେ ଜେଲର ଚାରିକାନ୍ଥ ଦେଖିବାକୁ ପଡିଥିଲା, ତାହାକୁ ସହଜରେ ଭୁଲି ପାରୁନାହାନ୍ତି ପୂର୍ବତନ ମନ୍ତ୍ରୀ ଓ ତାଙ୍କ ପତ୍ନୀ ।