ଆସନ୍ତା ୨୩ରେ ପରଦାକୁ ଆସିବ ଫିଲ୍ମ ନିମକି : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଭେଟି ସିନେମା ଦେଖିବାକୁ ଅନୁରୋଧ କଲେ ବର୍ଷା

652

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଆସନ୍ତା ୨୩ ତାରିଖରେ ଫିଲ୍ମ ‘ନିମକି – ନିମପୁରରୁ ନବୀନ ନିବାସ’ ରିଲିଜ ହେଉଥିବା ବେଳେ ଫିଲ୍ମକୁ ଦେଖିବାକୁ ବର୍ଷା ମମତାଙ୍କୁ ଅନୁରୋଧ କରିଛନ୍ତି ।

ଏହି ସିନେମାର ପ୍ରିମିୟରରେ ବଲିଉଡ଼ର ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନ ଯୋଗ ଦେବେ । ସିନେମାର ପୁରା ଟିମ୍ ଏଥିପାଇଁ ଖୁବ ଉତ୍ସାହିତ ଥିବା ଜଣାପଡୁଛି । କାରଣ ଓଲିଉଡ଼ ଇତିହାସରେ ଏହା ପ୍ରଥମ । ସେପେଟ ଚଳଚ୍ଚିତ୍ର ନିମକିର ଦ୍ୱିତୀୟ ଗୀତ ମୁକ୍ତିଲାଭ କରିଛି । ରାଜଧାନୀ ଭୁବନେଶ୍ୱରକୁ ବେଶ୍ ସୁନ୍ଦର ଢ଼ଙ୍ଗରେ ଚିତ୍ରଣ କରାଯାଇଛି ଏହି ଗୀତରେ ।

ସୂଚନାଯୋଗ୍ୟ ନିକଟରେ ରିଲିଜ୍ ଅପେକ୍ଷାରେ ଥିବା ଓଲିଉଡ ପଲିଟିକାଲ ଡ୍ରାମା ଫିଲ୍ମ ‘ନିମକି – ନିମପୁରରୁ ନବୀନ ନିବାସ’ର ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ତଥା ଓଲିଉଡ୍ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଦମଦାର୍ ଚରିତ୍ରରେ ନଜର ଆସିଛନ୍ତି । ଏହା ଏକ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର । ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି । ଆଉ ପ୍ରତ୍ୟେକ ଦିନ ଫିଲ୍ମର ସୁଟିଂ ସେଟରୁ ବେଶ କିଛି ଖବର ପ୍ରଶଂସକଙ୍କ ସହ ସେୟାର୍ କରୁଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି । ରାଜନୀତି ଉପରେ ଆଧାରିତ ଏହି ଫିଲ୍ମରେ ଅନେକ ରାଜନେତାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏକ ସାଧାରଣ ଝିଅର ଅସାଧାରଣ ସାହସକୁ ନେଇ ଗତିଶୀଳ ହୋଇଛି ଏହି ଚଳଚ୍ଚିତ୍ର ନିମକି । ସିନେମାରେ ନିମକି ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।