ରାଜ୍ୟ ପାଇଁ ଗୌରବ ଆଣିଲେ ବର୍ଣ୍ଣାଳି : ଟିଭି ରିଆଲିଟି ସୋ ସଂଗୀତ ପ୍ରତିଯୋଗିତାରେ ବର୍ଣ୍ଣାଳି ୟୁଫୋନି ଗ୍ରୁପ ରନର୍ସ ଅପ୍

34

କନକ ବ୍ୟୁରୋ : ସଙ୍ଗୀତ ସୁରରେ ସମସ୍ତଙ୍କୁ ଭିଜାଉଥିବା ବର୍ଣ୍ଣାଳି ୟୁଫୋନି ଗ୍ରୁପ ରାଜ୍ୟ ପାଇଁ ଆଣିଦେଇଛନ୍ତି ଗର୍ବ ଓ ଗୌରବ । ଟିଭି ରିଆଲିଟି ସୋ ସଂଗୀତ ପ୍ରତିଯୋଗିତା ‘ଦିଲ ହୈ ହିନ୍ଦୁସ୍ତାନୀ’ରେ ବର୍ଣ୍ଣାଳି ୟୁଫୋନି ଗ୍ରୁପ ରନର୍ସ ଅପ ହୋଇଛନ୍ତି ।

ଗତକାଲି ଅନୁଷ୍ଠିତ ଶେଷ ପର୍ଯ୍ୟାୟରେ ବର୍ଣ୍ଣାଳିଙ୍କ ଗ୍ରୁପ, ରନର୍ସ ଅପ ହୋଇ ରାଜ୍ୟବାସୀଙ୍କୁ ଦେଇଛନ୍ତି ଉତ୍କଳ ଦିବସ ଭେଟି । ବର୍ଣ୍ଣାଳିଙ୍କ ଗ୍ରୁପକୁ ୧୦ ଲକ୍ଷ ଟଙ୍କା ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରାଯାଇଛି । ବର୍ଣ୍ଣାଳି ବିଜୟୀ ଘୋଷିତ ହେବା ପରେ ସାରା ରାଜ୍ୟରେ ଖୁସିର ଲହରି ଖେଳିଯାଇଛି । ପୂର୍ବରୁ ଲିଟିଲ ଚାଂପ ଭଳି କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରି ରାଜ୍ୟ ପାଇଁ ଗୌରବ ଆଣିଥିବା ବର୍ଣ୍ଣାଳି ରାଜ୍ୟ ପାଇଁ ଆଉ ଏକ ସମ୍ମାନ ଆଣିଦେଇଛନ୍ତି ।

ଦେଖନ୍ତୁ ଏହି ଭିଡିଓ –