ମାଲକାନଗିରି ସହରରୁ ବର୍ମିଜ ପାଇଥନକୁ ଉଦ୍ଧାର କରିଛି ସ୍ଥାନୀୟ ସ୍ନେକ ହେଲ୍ପଲାଇନ

28

ମାଲକାନଗିରି : ମାଲକାନଗିରି ସହର ରୁ ପୁଣି ଗୋଟିଏ ବିଶାଳକାୟ ଅଜଗରକୁ ଉଦ୍ଧାର କରିଛି ସ୍ଥାନୀୟ ସ୍ନେକ ହେଲ୍ପଲାଇନ । ମାଲକାନଗିରି ସହର ରେ ଥିବା ଡି.ଆର.ଡି.ଏ କଲୋନୀରେ ଏକ ବିଶାଳ ସାପ ଥିବା ଖବର ପାଇ ମିଶନ ଆରମ୍ଭ କରି ଥିଲେ ମାଲକାନଗିରି ସ୍ନେକ ହେଲ୍ପଲାଇନର ସଦସ୍ୟ ତପନ କୁମାର ସେଠୀ । ଉଦ୍ଧାର ପରେ ଏହା ଏକ ବର୍ମିଜ ପାଇଥନ ବୋଲି ଜଣା ପଡିଥିଲା । ଯାହାର ଲମ୍ବ ସାଢେ ସାତ ଫୁଟ ହୋଇ ଥିବା ବେଳେ ଏହାର ଓଜନ ଥିଲା ୧୫ କେ.ଜି । ସାପଟିକୁ ସ୍ନେକ ହେଲ୍ପଲାଇନ ଉଦ୍ଧାର କରି ଜଙ୍ଗଲ ବିଭାଗ ସହାୟତାରେ ନିକଟସ୍ଥ ଜଙ୍ଗଲ ରେ ଛାଡି ଦେଇ ଥିବା ଜଣା ପଡିଛି । ପୂର୍ବରୁ ମାଲକାନଗିରି ସହର ସମେତ ଏହାର ଆଖ ପାଖ ଅଂଚଳରୁ ପ୍ରାୟ ୧୨ ଟି ଅଜଗର ସାପ ଉଦ୍ଧାର କରିଛି ମାଲକାନଗିରି ସ୍ନେକ ହେଲ୍ପଲାଇନ।