ବାରିପଦାରୁ ଆସିଲା ସ୍ୱାସ୍ଥ୍ୟସେବାର ଅଭାବନୀୟ ଚିତ୍ର: ଖଟିଆରେ ବୁହାହୋଇ ମେଡିକାଲ ଗଲେ ଗର୍ଭବତୀ, ଖରାପ ରାସ୍ତା ଓ ନଈ ଯୋଗୁଁ ଆସିଲାନି ଆମ୍ବୁଲାନ୍ସ

37

କନକ ବ୍ୟୁରୋ: ପୁଣି ଖଟିଆରେ ବୁହା ହୋଇ ମେଡିକାଲ ଗଲେ ଗର୍ଭବତୀ । ମୟୂରଭଂଜ ଜିଲ୍ଲାର ଚାଉଳଘୋରୀ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଚାଉଳଘୋରୀ ଗାଁର ବବୁଲ ସିଂଙ୍କ ପତ୍ନୀଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଡକାଯାଇଥିଲା । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଓ ରାସ୍ତାରେ ଏକ ନଈ ପଡୁଥିୁବାରୁ ଆସିପାରିଲାନି ଆମ୍ବୁଲାନ୍ସ ।

ଫଳରେ ବାଧ୍ୟ ହୋଇ ସଂପର୍କୀୟ ଖଟିଆରେ ବୋହି ଗର୍ଭବତୀଙ୍କୁ ନଈ ପାର କରାଇ ମେଡିକାଲ ନେଇଛନ୍ତି । ଗାଁକୁ ଭଲ ରାସ୍ତା ଓ ନଈପାର ହେବା ପାଇଁ ପୋଲ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢା ପ୍ରଭାବିତ ଓ ଗାଁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଏପରିକି ବର୍ଷା ଦିନେ ନଈପାଣି ଯୋଗୁଁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହେଉଥିବା କହିଛନ୍ତି ଗ୍ରାମବାସୀ ।