ପୁଣି ଗୁରୁ ନାଁରେ କଳଙ୍କ : ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚାରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଓ ପିଅନଙ୍କୁ ସ୍କୁଲ ଗେଟରେ ବାନ୍ଧି ନିସ୍ତୁକ ଛେଚିଲେ ଗ୍ରାମବାସୀ

235

କନକ ବ୍ୟୁରୋ : ପୁଣି ଜଣେ ଗୁରୁଙ୍କ ନାଁରେ କଳଙ୍କ । ଗୁରୁଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ମାନୁ ଥିବା ବେଳେ କିନ୍ତୁ ଗୁରୁ ସାଜୁଛନ୍ତି ରାକ୍ଷସ । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗ ହୋଇଛି । ଆଉ ଏଥିପାଇଁ ସ୍କୁଲ ଗେଟରେ ଶିକ୍ଷକଙ୍କୁ ବାନ୍ଧି ନିସ୍ତୁକ ପଟିଲେ ଅଭିଭାବକ । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସାଦାଚାରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଓ ସ୍କୁଲ ପିଅନକୁ ମାଡ ମାରିଛନ୍ତି ଉତ୍ୟକ୍ତ ଲୋକ । ମୟୂରଭଂଜ ବେତନଟି ହାତୀପତୁକା ଛାତ୍ରୀ ନିବାସରେ ଏଭଳି ଘଟଣା ଘଟିଛି ।

ଗତ ଶନିବାର ଦିନ ସ୍କୁଲର ଜଣେ ପିଅନ ଛାତ୍ରୀଙ୍କୁ ଅସାଦାଚରଣ କରିଥିଲେ । ଏନେଇ ଗ୍ରାମବାସୀ ଜାଣିବା ପରେ ତାତି ଉଠିଥିଲେ । ତେବେ ଆଜି ସ୍କୁଲ ଖୋଲିବା ମାତ୍ରେ ଉତ୍ୟେକ୍ତ ଗ୍ରାମବାସୀ ସ୍କୁଲରେ ପହଂଚି ବିକ୍ଷୋଭ କରିବା ସହ ପ୍ରଧାନ ଶିକ୍ଷକ ଓ ସଂପୃକ୍ତ ପିଅନଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ଏହାସହ ସ୍କୁଲ ଭିତରକୁ ଧସେଇ ପଶିଥିଲେ ।