ବାରିପଦା : ଜଗନ୍ନାଥ ମନ୍ଦିର ପରିସରରରେ ୫ ବର୍ଷର ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ

89

କନକ ବ୍ୟୁରୋ : ୫ ବର୍ଷର ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ । ତାହା ପୁଣି ମନ୍ଦିର ପରିସରରରେ । ଏପରି ଅଭାବନୀୟ ଘଟଣା ଘଟିଛି ସହର ଦେଉଳ ସାହୀ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ । ବାରିପଦା ବଡ ଜଗନ୍ନାଥ ମନ୍ଦିର ପରିସରରେ ।

ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ମନ୍ଦିର ସମ୍ମୁଖରେ ବୈଠକ ଚାଲିଥିବା ବେଳେ ଜଣେ ଯୁବକ ମନ୍ଦିର ପରିସରରେ ଖେଳୁଥିବା ଜଣେ ଭିନ୍ନକ୍ଷମ ନାବାଳିକାକୁ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଭିନ୍ନକ୍ଷମ ନାବାଳିକାର ଅବସ୍ଥା ଗୁରୁତର ହୋଇପଡିବାରୁ ତାକୁ ବାରିପଦା ମେଡିକାଲରେ ଭର୍ତି କରାଯାଇଛି ।

ଯୁବକ ଜଣକ ଦେଉଳ ସାହି ଅଚଂଳର ବୋଲି ଜଣାପଡିଛି । ଘଟଣା ସଂପର୍କରେ ଜଣା ପଡିବା ପରେ ସ୍ଥାନୀୟ ଲୋକେ ଯୁବକକୁ ଧରି ନିସ୍ତୁକ ମାଡ ମାରିବା ସହ ବାରିପଦା ଟାଉନ୍ ଥାନାରେ ଜିମା ଦେଇଛନ୍ତି ।