ବାରିପଦା ବଡ ମେଡିକାଲରେ ବଡ ବିବାଦ ! ରୋଗୀକୁ ଏକ୍ସପାଏରୀ ସାଲାଇନ୍ ଦିଆଯାଇଥିବା ଅଭିଯୋଗ । 

ଏକ୍ସପାଏରୀ ଡେଟ୍ ପୁରିଯାଇଥିବା ସାଲାଇନ୍ ଲଗାଇବାରୁ ଜଣେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା ।

94

କନକ ବ୍ୟୁରୋ: ବାରିପଦା ମର୍ମୁ ମେଡିକାଲ କଲେଜରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ୍ସପାଏରୀ ଡେଟ୍ ପୁରିଯାଇଥିବା ସାଲାଇନ୍ ଲଗାଇବାରୁ ଜଣେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ଯାହାଫଳରେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ମୁର୍ମୁ ମେଡିକାଲ କଲେଜରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଅଞ୍ଚଳର ଜଗନ୍ନାତ ଗିରିଙ୍କ ହଠାତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡି ଜିବାରୁ ତାଙ୍କୁ ପ୍ରଥମେ ବିଙ୍ଗିରିପୋଷୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଆହୁରି ଖରାପ ହେବା ଦେଖି ତାଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି ହେବା ପରେ ଡ୍ୟୁଟିରେ ଥିବା ଡାକ୍ତର ଗତ ନଭେମ୍ବର ୨୦୧୮ରେ ଏକ୍ସପାଏରୀ ହୋଇଥିବା ସାଲାଇନ୍ ଡି-୧୦ ରୋଗୀଙ୍କୁ ଲଗାଇଥିଲେ । ସାଲାଇନ୍ ପୁରା ସରିବା ପରେ ଯାଇ ଏହି ଘଟଣା ଜାଣିପାରିଥିଲେ ଡାକ୍ତର । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ଏକ୍ସପାଏରୀ ସାଲାଇନ ଦେବା ଫଳରେ ରୋଗୀଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା । ରୋଗୀଙ୍କ ସ୍ୱାସ୍ଥ୍ୟଅବସ୍ଥା ଅଧିକ ସୋଚନିୟ ହୋଇଯିବାରୁ ରୋଗୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେପଟେ ଏହି ଘଟଣାର ଖବର ପାଇ ଯେତେବେଳେ ଗଣମାଧ୍ୟମ ପ୍ରତିନିଧୀ ସେଠାରେ ପହଞ୍ଚିଥିଲେ ସେତେବେଳେ ଡ୍ୟୁଟିରେ ଥିବା ଡାକ୍ତର ପି.ଥଟେଇ ହଠାତ ଆସି ଗଣମାଧ୍ୟମ ପ୍ରତିନିଧୀଙ୍କୁ ର୍ଦୁବ୍ୟବହାର କରିବା ସହ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ।