ବାରିପଦା ମେଡିକାଲ କଲେଜ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ! ଚଳିତ ମାସ ଶେଷ ସୁଦ୍ଧା ଘଟଣାସ୍ଥଳ ପରିଦର୍ଶନ କରିବାକୁ ଏମସିଆଇ ଟିମକୁ ନିର୍ଦ୍ଦେଶ

20

କନକ ବ୍ୟୁରୋ : ବାରିପଦା ମେଡିକାଲ କଲେଜ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମେଡିକାଲ କଲେଜର ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ଏମସିଆଇର ଟିମ୍ ପରିଦର୍ଶନରେ ଯାଇ ଭିତିଭୂମି ଅନୁଧ୍ୟାନ କରିବାକୁ କହିଛନ୍ତି । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

ମାର୍ଚ୍ଚ ୧୫ ସୁଦ୍ଧା ରାଜ୍ୟ ସରକାର ଏମସିଆଇକୁ ଆବଶ୍ୟକ ରିପୋର୍ଟ ଦେଇନଥିବାରୁ ବାରିପଦା କଲେଜରେ ଚଳିତ ବର୍ଷ ନାମଲେଖା ନେଇ ଅନୁମତି ମିଳିପାରି ନାହିଁ । ତେବେ ଏମସିଆଇ ଟିମ୍ ପରିଦର୍ଶନ କରିବା ପରେ ବାରିପଦାର ମେଡିକାଲ କଲେଜରେ ପାଠପଢା ଆରମ୍ଭ ହୋଇପାରେ । ବାରିପଦା ମେଡିକାଲ କଲେଜରେ ଚଳିତ ବର୍ଷଠାରୁ ନାମଲେଖା ଆରମ୍ଭ କରିବା ଦାବିରେ ମୟୂରଭଂଜ ଜିଲ୍ଲା ୧୨ ଘଂଟିଆ ବନ୍ଦ କରାଯାଇଥିଲା । ଫଳରେ ଏଠାରେ ସାଧାରଣ ଜୀବନ ଯାତ୍ରା ପ୍ରବାବିତ ହୋଇଥିଲା ।