ଭୁବନେଶ୍ୱରରୁ ଯାଇଥିବା ପିକନିକ୍ ପାର୍ଟି ହଟହଟା ! ସୀତାକୁଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

33

କନକ ବ୍ୟୁରୋ: କମେଂଟ ମରାରୁ ତୁମୂଳ କାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ବସ ଭଙ୍ଗାରୁଜା । ଘଟଣା ଘଟିଛି ବାରିପଦା ସହର କୃଷ୍ଣଚନ୍ଦ୍ର ଗୋଲେଇ ଛକରେ । ଭୁବନେଶ୍ୱର ୟୁନିଟ ୱାନ ଅଂଚଳର ନବୋଦୟ ଯୁବକ ସଂଗଠନର ୫୦ରୁ ଅଧିକ ଯୁବକ ଶିମିଳିପାଳରେ ଥିବା ସୀତାକୁଣ୍ଡରେ ପିକନିକ କରିବାକୁ ଯାଇଥିଲେ । ତେବେ ସେଠାରେ କମେଂଟ ମରାକୁ ନେଇ ସ୍ଥାନୀୟ ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଏହାପରେ କିଛି ସ୍ଥାନୀୟ ଯୁବକ ପିକିନିକ ଯାଇଥିବା ଗୋଷ୍ଠୀଙ୍କୁ କେସି ଛକରେ ଜଗି ରହିଥିଲେ ।

ଭୁବନେଶ୍ୱରରୁ ଆସିଥିବା ବସ ଉପରେ ଆକ୍ରମଣ କରିବା ସହ ଏହାକୁ ଭଙ୍ଗାରୁଜା କରିଥିଲେ ଓ ପିକନିକ ଯାଇଥିବା ଯୁବକମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ଉଭୟ ପକ୍ଷଙ୍କୁ ସେଠାରୁ ଘଉଡାଇ ଦେଇଥିଲା । ଗଣ୍ଡଗୋଳ କରିଥିବା କିଛି ଯୁବକଙ୍କୁ ପୋଲିସ ଥାନାକୁ ଉଠାଇ ଆଣିଥିବାବେଳେ ପରେ ଭୁଲ ମାଗି ଫେରିଥିଲେ ।

ସୂଚନା ମୁତାବକ, ଭୁବନେଶ୍ୱରର ନବୋଦୟ ଯୁବକ ସଂଘର ୫୦ରୁ ଊର୍ଦ୍ଧ୍ୱ ଯୁବକ ଦିଲଦାର ନାମକ ଏକ ବସରେ ଶିମିଳିପାଳରେ ଥିବା ସୀତାକୁଣ୍ଡରେ ପିକନିକ କରିବାକୁ ଆସିଥିଲେ । ବାରିପଦାର କିଛି ଯୁବକ ମଧ୍ୟ ପିକନିକ ପାଇଁ ସୀତାକୁଣ୍ଡ ଆସିଥିଲେ । ସେଠାରେ କମେଂଟ ମରାକୁ ନେଇ ସ୍ଥାନୀୟ ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଫଳରେ ସ୍ଥାନୀୟ ଯୁବକମାନେ ଉତକ୍ଷିପ୍ତ ହୋଇଥିଲେ ଏବଂ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ । ଭୁବନେଶ୍ୱର ପିକନିକ ବଦଳରେ ଯୁବକଙ୍କ ସଂଖ୍ୟା ଅଧିକ ଥିବାରୁ ସ୍ଥାନୀୟ ଯୁବକମାନେ ଗଣ୍ଡଗୋଳ ନକରି ପଳାଇ ଆସିଥିଲେ । ପରେ ନିଜ ସାଙ୍ଗମାନଙ୍କ ସହିତ ସ୍ଥାନୀୟ କେସି ଛକରେ ଜଗି ରହିଥିଲେ । ବାରିପଦାରୁ ଫେରୁଥିବା ଦିଲଦାର ବସ କାଚ ଭଂଗାରୁଜା କରିଥିଲେ । ଏହାସହିତ ପିକନିକ ଯାଇଥିବା ଯୁବକମାନଙ୍କୁ ଆକ୍ରମଣ କରିଥିଲେ ।