ବାରିପଦା ମୋରଡାରେ ଡବଲ ମର୍ଡରକୁ ନେଇ ଚାଞ୍ଚଲ୍ୟ : ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀ ଓ ଶାଶୁକୁ ହତ୍ୟା କଲା ସ୍ୱାମୀ

552

କନକ ବ୍ୟୁରୋ : ବାରିପଦା ମୋରଡାରେ ଡବଲ ମର୍ଡରକୁ ନେଇ ଚାଞ୍ଚଲ୍ୟ । ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଉଥିବା ସମୟରେ ଗ୍ରାମବାସୀ ପୁଲିସ ଗାଡିକୁ ଅଟକାଇବା ସହ ଭଙ୍ଗାରୁଜା କରିଛନ୍ତି । ଏପରିକି ଅଭିଯୁକ୍ତକୁ ପିିଟିଛନ୍ତି ଗାଁ ଲୋକେ । ଖୁଣ୍ଟାପାଳ ଗାଁରେ ପରକୀୟା ପ୍ରିତୀ ସନ୍ଦେହରେ ସ୍ତ୍ରୀ ଓ ଶାଶୂକୁ ହତ୍ୟା କରିଛି ସ୍ୱାମୀ । । ଅନ୍ୟ ବ୍ୟକ୍ତି ସହ ସ୍ତ୍ରୀର ଅନୈତିକ ସଂପର୍କ ସନ୍ଦେହରେ ବିଭତ୍ସ ହତ୍ୟାକାଣ୍ଡ ଘଟାଇଛି ଅଭିଯୁକ୍ତ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ ।

ମିଳିଥିବା ସୂଚନା ଅନୁସାରେ ରଜ ପୂର୍ବରୁ ସ୍ତ୍ରୀ ଓ ଶାଶୂକୁ ହତ୍ୟା କରିବ କହି ପୂର୍ଣ୍ଣଚନ୍ଦ୍ର ଏକ କୁରାଢି ଧରି ଗାଁରେ ବୁଲୁଥିଲା । ଭୟର ତା ସ୍ତ୍ରୀ ଓ ଶାଶୂ ଗାଁର ଅନ୍ୟଘରେ ଲୁଚିକ ରହିଥିଲେ । ଏନେଇ ରବିବାର ମୋରଡା ଥାନାରେ ପୂର୍ଣ୍ଣଚନ୍ଦ୍ରଙ୍କ ଶାଶୂ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ପୁଲିସ ଅଭିଯୋଗକୁ ଗୁରୁତ୍ୱ ଦେଇନଥିବାରୁ ଡବଲ ମର୍ଡର ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୋରଡା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରିବା ସମୟରେ ଗାଁରେ ଉତେଜନା ଦେଖାଦେଇଛନ୍ତି ।