ପ୍ରେମିକାରୁ ପୀଡିତା ! ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା ପ୍ରେମିକ

42

କନକ ବ୍ୟୁରୋ : ବିବାହର ପ୍ରତିଶ୍ରୁତି ଦେଇ ଗଣଦୁଷ୍କର୍ମ । ଏଭଳି ଏକ ଅଭିଯୋଗ ଆସିଛି ମୟୁରଭଂଜ ଉଦଳା ଅଂଚଳରୁ । ଭଲ ପାଇବା ପରେ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବକ ପୀଡ଼ିତାକୁ ପ୍ରଥମେ ବଳାତ୍କାର କରିଥିଲେ । ଆଉ ଏଥିରେ ସହଯୋଗ କରିଥିଲେ ଅଭିଯୁକ୍ତ ଯୁବକଙ୍କ ସାଙ୍ଗମାନେ ।

ଉଦଳା ଥାନାରେ ପୀଡ଼ିତା ଜଣଙ୍କ ୪ଜଣଙ୍କ ନାଁରେ ଏନେଇ ଅଭିଯୋଗ କରିଛନ୍ତି । ପୁଲିସ୍ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି ।