ଆଜି ବାରିପଦାରେ ୧୨ ଘଣ୍ଟିଆ ବନ୍ଦ ପାଳନ ! ସହରକୁ ବ୍ରାଉନ ସୁଗର ମୁକ୍ତ ଦାବି

28

କନକ ବ୍ୟୁରୋ : ଆଜି ବାରିପଦାରେ ବନ୍ଦ ପାଳନ କରାଯାଉଛି । ବାରିପଦାକୁ ବ୍ରାଉନ ସୁଗର ମୁକ୍ତ କରିବା ଦାବିରେ ଜେଏମଏମ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଟ୍ରେନ ଓ ବସ ଚଳାଚଳ ପ୍ରଭାବିତ ହୋଇଛି । ଫଳରେ ଭୁବନେଶ୍ୱର-ବାଙ୍ଗିରିପୋଷି ସୁପରଫାଷ୍ଟ ଏକ୍ସପ୍ରେସ ଅଟକି ରହିଛି । ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବି ବନ୍ଦ ରହିଛି । ସହରକୁ ବ୍ରାଉନ ସୁଗର ମୁକ୍ତ କରିବା ଦାବିରେ ୧୨ଘଂଟିଆ ବନ୍ଦ ପାଳନ କରୁଛି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ।