ଆଜି ବରଗଡ ଯିବେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ! ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦା ସାହୁଙ୍କ ପରିବାରକୁ ଭେଟିବେ ଗଜେନ୍ଦ୍ର ସିଂ ଶେଖାୱତ

40

କନକ ବ୍ୟୁରୋ : ଚକଡ଼ା ପୋକ ଯୋଗୁଁ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରୁଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ଆଜି ବରଗଡ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବେ ଶେଖାୱତ । ଏବଂ ପ୍ରଭାବିତ ଚାଷୀ ପରିବାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମୃତ ବୃନ୍ଦା ସାହୁଙ୍କ ପରିବାର ମଧ୍ୟ ଭେଟିବେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ । ତେବେ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶେଖାୱତ କହିଛନ୍ତି, ଓଡିଶାର ଚାଷୀ ସଙ୍କଟ ଦେଇ ଗତି କରୁଛନ୍ତି । ଚକଡା ପୋକ ଦାଉ, ଚାଷୀକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି । ୧୪ ଜିଲ୍ଲାରେ ଭୟାବହ ମରୁଡି ପରିସ୍ଥିତି ଥିବାବେଳେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ୧୩୦ କୋଟି ନାଗରିକଙ୍କ ପ୍ରତି ରହିଛି । ସେହିପରି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ବୌଦ୍ଧ ଜିଲା ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି । ଜିଲାରେ ଥିବା ବିଭିନ୍ନ ଧାନ କ୍ଷେତ ବୁଲିବା ସହ ଚାଷୀଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି ।