ମା’ର ଶବକୁ ମିଳିଲାନି କାନ୍ଧ, ଚର୍ଚ୍ଚାରେ ବରଗଡର ସୋହେଲା

41

ଚର୍ଚ୍ଚାରେ ବରଗଡର ସୋହେଲା । ବାଇପାଲି ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଗାଁରେ ଦେଇ ପ୍ରଧାନଙ୍କ ମୃତୁ୍ୟ ପରେ ମଶାଣିକୁ ଶବ ବୋହିନେବା ପାଇଁ କେହି ଆସିଲେନି । ଗାଁର ମହିଳା ଦେଇ ପ୍ରଧାନଙ୍କର ୭୦ ବର୍ଷ ବୟସରେ ପରଲୋକ ହୋଇଥିଲା । ଘରେ ସକାଳୁ ସଂଧ୍ୟା ଯାଏଁ ଶବ ପଡିରହିଲା । ହେଲେ ବିଡମ୍ବନାର ବିଷୟ ଏଇୟା ଯେ  ଶବ ଉଠାଇବାକୁ ଗାଁର କେହି ଜଣେ ବି କାନ୍ଧ ଦେଲେନି । ଆଉ ଶେଷରେ ମାଆର ଶବ ସକ୍ରାର ପାଇଁ ଅଂଟା ଭିଡିଥିଲେ ଦୁଇ ଝିଅ । ଦେଇ ପ୍ରଧାନଙ୍କ ବଡ ଝିଅ ଚନ୍ଦ୍ରକାନ୍ତି ତାଙ୍କ ସ୍ୱାମୀ ଓ ସାନଝିଅ ରେଚି ମାଆର ଶବକୁ ମଶାଣି ଯାଏଁ ବୋହିନେଲେ । ଆଉ ଏହା ଏମିତି ଏକ ଦୁଃଖର ବିଷୟ ଯେ ପାଖ ଗାଁରେ ରହୁଥିବା ମୃତ ଦେଇ ପ୍ରଧାନଙ୍କ ଭାଇ ଆନନ୍ଦ ବାରିକ ମଧ୍ୟ ଖବର ପାଇ ଆସିନଥିଲେ । ମୃତଦେହ ବୋହି ନେବା ପାଇଁ ୪ଜଣ ଦରକାର ହେଉଥିବାବେଳେ ଏଠି କାନ୍ଧ ନ ମିଳିବାରୁ ଦୁଇ ଝିଅ ଓ ଜ୍ୱାଇଁ ଶବକୁ ମଶାଣିକୁ ନେଇ ସକ୍ରାର କରିଥିଲେ । ଆଉ ଏପରି ଘଟଣା ସଭ୍ୟ ସମାଜର ମାନବିକତାକୁ ନେଇ ପ୍ରଶ୍ନବାଚୀ ଛିଡା କରିଛି ।