ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଆୟବର୍ହିଃଭୂତ ସମ୍ପତି ଠୁଳ ଅଭିଯୋଗରେ ବରଗଡ କେନାଲ ଡିଭିଜନର ଟଙ୍କଧର ମେହେରଙ୍କ ଚଢ଼ଉ

ଏକସମୟରେ ୫ଟି ସ୍ଥାନରେ ରେଡ

164

କନକ ବ୍ୟୁରୋ: ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଃଭୂତ ସମ୍ପତି ଠୁଳ ଅଭିଯୋଗରେ ବରଗଡ କେନାଲ ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । ସହକାରୀ ଯନ୍ତ୍ରୀ ଟଙ୍କଧର ମେହେରଙ୍କ ଅଫିସ , ସରକାରୀ ବାସଭବନ, ପୈତୃକ ଘର, ଶ୍ୱଶର ଘର ଓ ବରଗଡ ସହରରେ ଥିବା ଘର ସମେତ ୫ଟି ସ୍ଥାନରେ ଏକ ସମୟରେ ଚଢ଼ଉ ଚାଲିଛି । ବରଗଡ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ରାଉରକେଲା , ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ସୋନପୁର ଏବଂ ବରଗଡର ଭିଜିଲାନ୍ସ ଅଧିକାରୀ ଟିମ୍ ଏହି ଚଢ଼଼ଉରେ ସାମିଲ ହୋଇଛନ୍ତି ।