ଚାଷୀର ଜଖମରେ ମଲମ ଲଗାଇବା ପାଇଁ ବରଗଡ ପହଂଚିଲେ ସରକାରୀ ବାବୁ ! ପୀଡିତ ପରିବାରକୁ ଭେଟିଲା ପ୍ରଶାସନ

36

କନକ ବ୍ୟୁରୋ : ଚାଷୀଙ୍କ ଜଖମରେ ମଲମ ଲଗାଇବା ପାଇଁ ବରଗଡ଼ରେ ପହଂଚିଲେ ସରକାରୀ ବାବୁ । ନଷ୍ଟ ହୋଇଥିବା ଫସଲର ଅନୁଧ୍ୟାନ କରିବା ସହ ପୀଡ଼ିତ କରିବାକୁ ଭେଟିଲା ପ୍ରଶାସନ । ତଦନ୍ତ ରିପୋର୍ଟ ଜରିଆରେ ନିର୍ଦ୍ଦାରିତ ହେବ ମୃତ ଚାଷୀ ବୃନ୍ଦା ସାହୁଙ୍କ ପରିବାରର ଭାଗ୍ୟ । ଆଜି ସୁଦ୍ଧା ରିପୋର୍ଟ ଦେବାକୁ ପୂର୍ବରୁ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ । ସେହିପରି ବିଭିନ୍ନ ଔଷଧ ଦୋକାନ ଯାଇ କୀଟନାଶକ ଔଷଧର ନମୂନା ସଂଗ୍ରହ କରିଛି ଏହି ଭୁବନେଶ୍ୱରୁ ଯାଇଥିବା ଏହି ୩ଜଣିଆ ଟିମ୍ । ଆଉ ଏହାରି ଭିତରେ ଚାଷୀ ସମସ୍ୟା ନେଇ ମୁହଁଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ।

BARGARHଘରର ମୁରବି ଚାଲିଯିବା ପରେ ଉଜୁଡ଼ା ପରିବାର ପାଖରେ ପହଂଚୁଛି ସରକାରୀ ଶାନ୍ତ୍ୱନା । ସହାନୁଭୂତିର ଫାଇଲ ଧରି ଭୁବନେଶ୍ୱରରୁ ବରଗଡ଼ରେ ପହଂଚିଛନ୍ତି ସରକାରୀ ବାବୁ । ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ମୃତ ଚାଷୀଙ୍କ ଘରକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଥିବା ବେଳେ ନିଆଁ ଲଗା ଚକଡ଼ା ପୋକର ପ୍ରଭାବ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏହି ତିନି ଜଣିଆ ଟିମ୍ । ତଦନ୍ତ ରିପୋର୍ଟ ନିର୍ଦ୍ଧାରଣ କରିବ ବୃନ୍ଦା ସାହୁଙ୍କ ଆତ୍ମହତ୍ୟାର କାରଣ । ଆଉ ଏପଟେ ବିଭିନ୍ନ ଦୋକାନ ଯାଇ କିଟନାଶକ ଔଷଧର ନମୂନା ଯାଂଚ ଉଦ୍ୟମ ଆରମ୍ଭ ହୋଇଛି । ପରୀକ୍ଷା ପରେ ଔଷଧର ମାନ ଜଣାପଡ଼ିବ ।

 

ଦିନ କେଇଟା ଭିତରେ ବରଗଡ଼ ଜିଲ୍ଲାରୁ ୩-୩ ଜଣ ଚାଷୀ ଆତ୍ମହତ୍ୟା କରିବା ଖବର ହିଁ ବୟାନ କରୁଛି ଯେ, ସଂକଟରେ ଓଡ଼ିଶାର ଚାଷୀ । ଆଉ ଏନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ଏପଟେ ସୀମା ଡେଇଁଛି ବରଗଡ଼ର ନିଆଁ । ଫସଲ ନଷ୍ଟର ପ୍ରତିବାଦ, ପଡ଼ୋଶୀ ଜିଲ୍ଲାରୁ ସୀମାନ୍ତ ଜିଲ୍ଲା ଯାଏଁ ବ୍ୟାପିଗଲାଣି । ସମ୍ବଲପୁର, ଝାରସୁଗଡ଼ା ପରେ ସୁବର୍ଣ୍ଣପୁର, ଗଂଜାମ ଏବଂ ରାୟଗଡ଼ାରେ ଚାଷୀ ନିଜ ବିଲରେ ନିଆଁ ଲଗାଇ ଦେଉଥିବା ଚିତ୍ର ସାମ୍ନାକୁ ଆସୁଛି । ତେବେ ଏଭଳି ପ୍ରତିବାଦ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । କାହିଁକି ନା’ କ୍ଷୟକ୍ଷତି ଆକଳନରେ ଏହା ଅସୁବିଧା ସୃଷ୍ଟି କରିବ ।

 

 

 

 

 

 

 

 

 

ଆଉ ଚାଷୀଙ୍କ ଧାନରେ ପୋକ ଲାଗିବାର କାରଣ ଖୋଜିବାକୁ ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛି ରାଜସ୍ୱ ଏବଂ କୃଷି ବିଭାଗ । ଗ୍ରାଉଂଡ ଜିରୋକୁ ଯାଇ, ୨ ଦିନ ଭିତରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏ ସଂକ୍ରାନ୍ତରେ କୌଣସି ଅସୁବିଧା ସମ୍ମୁଖିନ ହେଉଥିଲେ ଚାଷୀ ସିଧାସଳଖ ଯୋଗାଯୋଗ କରିପାରିବେ । ଏଥିପାଇଁ ଜାରି ହୋଇଛି-୧୮୦୦୧୮୦୧୫୫୧, ଟୋଲ ଫ୍ରି ନମ୍ବର । ଆଉ ଏସବୁ ଭିତରେ ପୁରା ରାଜ୍ୟବାସୀଙ୍କ ନଜର, ଏହି ସଂକଟରୁ କେମିତି ମୁକୁଳିବେ ଓଡ଼ିଶାର ଚାଷୀ