ବରଗଡରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ !

30

କନକ ବ୍ୟୁରୋ : ବରଗଡରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ । ସଦର ବ୍ଲକ ତୁରାଗାଁର ଅକ୍ଷୟ ଧରେଇ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ଋଣ ନେଇ ଚାଷ କରିଥିବା ଅକ୍ଷୟଙ୍କ ଫସଲରେ ପୋକ ଲାଗିଯିବାରୁ ଫସଲ ନଷ୍ଟ ହୋଇଯାଇଛି । ଋଣ ସୁଝିବା ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି । ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି ।  ବରଗଡ ଚାଷୀ ଆତ୍ମହତ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି କୃଷି ମନ୍ତ୍ରୀ ଦାମୋଦର ରାଉତ । ଘଟଣାସ୍ଥଳକୁ ୩ ଜଣିଆ ସରକାରୀ ଟିମକୁ ପଠାଯାଇଛି । ସରକାରୀ ଟିମ ସହ ସ୍ଥାନୀୟ ବିଧାୟକ ସାମିଲ ଅଛନ୍ତି । ରପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ଦାମ ରାଉତ କହିଛନ୍ତି ।