ମାସେ ପରେ ବି ସୁଧୁରିନି ନୋଟ୍ ସଂକଟ : ବରଗଡରେ ଟଙ୍କା ପାଇଁ ରାତି ଅନିଦ୍ରା ଚାଷୀ

21

ବରଗଡ : ସମବାୟ ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ରାତି ଅନିଦ୍ରା । ବରଗଡ ଜିଲ୍ଲା ଲରମ୍ଭା, ଲହଣ୍ଡା ଓ ଟାମ୍ପରସରା ଅଂଚଳର ଚାଷୀ ଗୋଡଭଗା ସମବାୟ ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ରାତି ୩ଟାରୁ ଚାଷୀ ଲାଇନରେ ଠିଆ ହେଉଛନ୍ତି । ୧୦ରୁ ୧୫କିଲୋମିଟର ଦୂରରୁ ଆସି ଚାଷୀମାନେ ୬ରୁ ୭ଘଂଟା ଠିଆ ହେଉଛନ୍ତି ।

ଏଥିପାଇଁ ଅନେକ ସମୟରେ ଚାଷୀ ନିଜେ ଠିଆ ନହୋଇ ପାସବୁକକୁ ଧାଡିରେ ଲଗାଇ ଦେଉଛନ୍ତି । ଏଥିଯୋଗୁଁ ବିଭିନ୍ନ ସମୟରେ ଉତେଜନାମୂଳକ ସ୍ଥିତି ଉପୁଜିଛି । ନଗଦ ଟଙ୍କାର ଆବଶ୍ୟକତା ଥିବାରୁ ଚାଷୀମାନେ ବାଧ୍ୟ ହୋଇ ବାରମ୍ବାର ବ୍ୟାଙ୍କକୁ ଧାଉଛନ୍ତି । ଧାନ ବିକ୍ରି ସରିବା ପରେ ଟଙ୍କା ସମବାୟ ବ୍ୟାଙ୍କରେ ଜମା ହୋଇଛି । କିନ୍ତୁ ଏହି ଟଙ୍କା ଉଠାଇ ପାରୁନାହାନ୍ତି ଚାଷୀ ।