ବରଗଡ ସାଲେପାଲିରେ ଏନକାଉଂଟର ! ପୋଲିସ ସହ ମୁହାଁମୁହିଁ ବେଳେ ୨ ମାଓବାଦୀ ମୃତ

6

କନକ ବ୍ୟୁରୋ : ବରଗଡରେ ଏନକାଉଁଟର, ଦୁଇ ମାଓବାଦୀ ମୃତ । ମଙ୍ଗଳବାର ସନ୍ଧ୍ୟାରେ କମ୍ବିଂ ଚାଲିଥିବାବେଳେ ପୋଲିସ ସହ ଗୁଳି ବିନିମୟରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ମଙ୍ଗଳବାର ରାତି ୯ଟାବେଳେ ପାଇକମାଳଠାରୁ ପ୍ରାୟ ୩ରୁ ୪କିଲୋମିଟର ଦୂରରେ ଥିବା ସାଲେପାଲି ଗାଁରେ କିଛି ମାଓବାଦୀ ତାଙ୍କ ସମର୍ଥକମାନଙ୍କୁ ଭେଟିବାକୁ ଆସିଥିଲେ । ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଅଚାନକ ଚଢ଼ାଉ କରିଥିଲା । ଶେଷରେ ଜଣେ ମହିଳା ମାଓବାଦୀ ସହ ୨ଜଣ ମାଓନେତା ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ଏସଏଲଆର, ଗୋଟିଏ ୩୦୩ ରାଇଫଲ ଏବଂ ୧୦୫ ରାଉଣ୍ଡ ଗୁଳି ସହିତ ନଗଦ ୨୦ହଜାର ଟଙ୍କା ଜବତ କରାଯାଇଛି ।

Comments are closed.