ପ୍ରେମରେ ଆରମ୍ଭ . . ଜୁଇରେ ଶେଷ ! ଯୌତୁକ ପାଇଁ ୯ ମାସର ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

21

କନକ ବ୍ୟୁରୋ : ପ୍ରେମରେ ଆରମ୍ଭ ହୋଇଥିଲା ଏବଂ ଶେଷ ହେଲା ଜୁଇରେ । ଯୌତୁକ ପାଇଁ ୯ ମାସର ଗର୍ଭବତୀଙ୍କୁ ଶ୍ୱଶୁର ଘର ଲୋକ ମାରି ପୋଡି ଦେଇଥିବା ଅଭିଯୋଗ ହୋଇଛି । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ସତ୍ୟବାଦୀ ପାରକେଣାର ମଠସାହିରେ । ବାପ ଘର ଲୋକଙ୍କୁ କୌଣସି ଖବର ନଦେଇ ମଶାଣିରେ ପୋଡି ଦେଇଥିଲେ ଶ୍ୱଶୁର ଘର ଲୋକ । ତେବେ ଖବର ପାଇଁ ମଶାଣୀରେ ପହଂଚି ଶ୍ୱଶୁରଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ୨୦୧୪ ଅଗଷ୍ଟ ୧୦ ରେ ମୃତ ମିଲି ବେହାରାଙ୍କୁ ନେଇ ଫେରାର୍ ହୋଇଯାଇଥିଲା ପ୍ରେମିକ ଶୁକାନ୍ତ ବେହେରା । ତାପରଠାରୁ ଦୁହେଁ ଭୁବନେଶ୍ୱରର ବଡଗଡ ଥାନା ଅଧିନ ଝରଣା ସାହିରେ ଏକାଠି ରହୁଥିଲେ । ତେବେ ବିଭିନ୍ନ ସମୟରେ ଯୌତୁକ ପାଇଁ ଶୁକାନ୍ତ ମିଲିଙ୍କୁ ମାରପିଟ କରୁଥିବା ଅଭିଯୋଗ ହୋଇଥିଲା । ଏପରିକି ଭଉଣୀ ଭିଣୋଇ ଆସି ମାଡ ମାରୁଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ତେବେ ମିଲିର ମୃତ୍ୟୁ କେମିତି ହେଲା ? ଗର୍ଭବତୀ ବୋହୁକୁ କିଏ ଓ କାହିଁକି ହତ୍ୟା କଲା ? ଯୌତୁକ ପାଇଁ ସୈତାନ ସାଜିଲା ସ୍ୱାମୀ । ମିଲି ଓ ଶୁକାନ୍ତ ଉଭୟେ ଭୁବନେଶ୍ୱରରରେ ରହୁଥିଲେ ହେଲେ ମିଲିର ଶବ ମଠସାହିକୁ ଗଲା କେମିତି ? ହତ୍ୟାକାଣ୍ଡ ପରେ, ପ୍ରମାଣ ନଷ୍ଟ କରିବାକୁ ଯାଇ ଏସବୁ କରାଯାଇଥିଲା କି ? ଏସବୁ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି ।