ଧନୁଯାତ୍ରାର ନବମ ଦିନରେ ନଗର ଭ୍ରମଣ କରିବେ ମହାରାଜା କଂସ ! ଆଜି ଗୋପପୁରରୁ ମଥୁରା ଯିବେ କୃଷ୍ଣ ବଳରାମ

46

କନକ ବ୍ୟୁରୋ : ଧନୁଯାତ୍ରାର ଅଷ୍ଟମ ଦିନରେ ମହାରାଜା କଂସଙ୍କ ଚିଟାଉ ନେଇ ମନ୍ତ୍ରୀ ଅକ୍ରୁର ଗୋପପୁର କୁ ପହଂଚି ଯମୁନା ବାଲିରେ କୃଷ୍ଣପାଦ ଦର୍ଶନ କରି ଆତ୍ମବିଭୋର ହୋଇପଡ଼ିଛନ୍ତି । ଗୋପପୁରରେ ଭଗବାନ ଶ୍ରୀକୃଷ୍ଣ ଗୋଟିଏ ପରେ ଗୋଟିଏ ଲିଳା କରି ଚାଲିଥିବା ବେଳେ ବିଷଧର ସର୍ପ ଶଙ୍ଖଚୁଡ଼କୁ ବଧ କରିବା ସହ ବୃଦ୍ଧ ବ୍ରାହ୍ମଣକୁ ଚକ୍ଷୁଦାନ କରି ଶବରୀର ଅଇଁଠା କୋଳି ଖାଇଛନ୍ତି ।

ଏପଟେ ମଥୁରାରେ ମହାରାଜ କଂସଙ୍କ ଦୈରାତ୍ମ୍ୟ ବଢି ଚାଲି ଥିବାବେଳେ କୃଷ୍ଣ ଓ ବଳରାମଙ୍କ ଆସିବା ଖୁସିରେ ଆତ୍ମହରା ହୋଇଛନ୍ତି । ଏବଂ ସ୍ୱର୍ଗପୁରକୁ ଆକ୍ରମଣ କରି ଇନ୍ଦ୍ର ଓ ଯମରାଜା ଙ୍କୁ ବନ୍ଦୀ କରିଛନ୍ତି ।

ଆଜି ନବମ ଦିନରେ ମହାରାଜା କଂସ ନଗର ଭ୍ରମଣ କରିବା ସହ ଆମ୍ରବନରେ ଋଷି ମୁନିଙ୍କ ଉପରେ ଅତ୍ୟାଚାର କରିବା ଦୃଶ୍ୟ ଅଭିନୀତ ହେବ । ଆଜି ଗୋପପୁରରୁ କୃଷ୍ଣ ବଳରାମ ଅକ୍ରୁରଙ୍କ ସହ ମଥୁରା ଯିବା ବେଳେ ଗୋପପୁରବାସୀ ଦୁଃଖରେ ମ୍ରିୟମାଣ ହେବାର ଦୃଶ୍ୟ ଅଭିନୀତ ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-