ବରଗଡ ମୁକ୍ତାକାଶ ରଙ୍ଗମଂଚରେ କଂସଙ୍କ ଅଟ୍ଟହାସ୍ୟ: ରଙ୍ଗମହଲରେ ନୃତ୍ୟଗୀତରେ ମଜିଲେ ମଥୁରା ମହାରାଜ

21

କନକ ବ୍ୟୁରୋ : ବରଗଡ଼ ମୁକ୍ତାକାଶ ରଂଗମଂଚରେ ଜମୁଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ମଥୁରାରେ ଶୁଭୁଛି ତ୍ରିପୁରା ବିଜୟୀ କଂସଙ୍କ ଅଟ୍ଟହାସ୍ୟ । ବାଳକୃଷ୍ଣ ମହାରାଜାଙ୍କ ମୃତ୍ୟୁ କାରଣ ବୋଲି ଜାଣିବା ପରେ ବିବ୍ରତ ହୋଇପଡିଛନ୍ତି କଂସ ମହାରାଜ । ଧନୁଯାତ୍ରାର ଚତୁର୍ଥ ଦିନରେ କଅଁଳ କୃଷ୍ଣଙ୍କୁ ମାରିବା ପାଇଁ ଗୋପପୁର ଯାଇଥିବା ପୁତନା ଓ ଷଡମଲ୍ଲଙ୍କ ବଧ ଖବର ପାଇଁ ବିଚଳିତ ହୋଇ ପଡିଥିଲେ ମହାରାଜ ସଂକ । ଏହାପରେ କୃଷ୍ଣଙ୍କୁ ମାରିବା ପାଇଁ ଆଉ ଏକ ଯୋଜନା କରିଛନ୍ତି ମଥୁରା ନରେଶ ମହାରାଜ କଂସ ।

ଏହାସହ ମନରେ ଲୁଚି ରହିଥିବା ଭୟକୁ ଦୂର କରିବା ପାଇଁ ପାତ୍ରମନ୍ତ୍ରୀଙ୍କୁ ଧରି ନଗର ପରିକ୍ରମା କରିଛନ୍ତି ମହାରାଜ । ଏହାପରେ ରଙ୍ଗମହଲରେ ଆୟୋଜିତ ନୃତ୍ୟଗୀତରେ ମଜି ଯାଇଥିଲେ ତ୍ରିପୁରା ବିଜୟୀ । ସେପଟେ କୃଷ୍ଣମୟ ହୋଇଛି ଗୋପଦାଣ୍ଡ, ଗୋପ ଭ୍ରମଣ କରିଛନ୍ତି କୃଷ୍ଣ । ବାଲଗୋପାଳ ନଗର ଭ୍ରମଣ କରିବା ସମୟରେ ଗୋପବାସୀ ନିଜକୁ ଗୋପୀ-ଗୋପାଳ ବେଶରେ ସଜେଇ କହ୍ନେଇଙ୍କ ପୂଜାର୍ଚ୍ଚନା କରିଛନ୍ତି । ଆଜି ୧୧ ଦିନ ଧରି ଜମିବାକୁ ଥିବା ଧନୁଯାତ୍ରାର ପଂଚମ ଦିନ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :