ବରଗଡ : ମୁଖ୍ୟମନ୍ତ୍ରୀଙ୍କ ସମାବେଶରେ ୬ ମାସ ଶିଶୁକନ୍ୟାର ମୃତ୍ୟୁ

33

ବରଗଡ : ବରଗଡରେ ମୁଖ୍ୟମନ୍ତ୍ରୀଙ୍କ ସମାବେଶରେ ୬ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଶିଶୁକନ୍ୟାଟି ହଠାତ୍ ଅସୁସ୍ଥ ହୋଇ ପଡିବା ପରେ ତାକୁ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୃତ ଶିଶୁକନ୍ୟାଟିର ମାଆଙ୍କ ନାଁ ସବିତା ବାଗ ବୋଲି ଜଣାପଡିଛି ।

ବରଗଡ ସହର ୧୬ ନମ୍ବର ୱାର୍ଡର ସବିତା ବାଗ ୬ ମାସର ଝିଅକୁ ଧରି ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ବେଳେ ଶିଶୁକନ୍ୟାଟି ଅସୁସ୍ଥ ହୋଇ ପଡିଥିଲା । ପରେ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ତେବେ ଶିଶୁମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଚାଲିଛି ।