କୋର୍ଟରୁମରେ ପୀଡିତାଙ୍କୁ ପଚରାଗଲା ଦୁଷ୍କର୍ମ ହୋଇଛି ଯଦି ସାକ୍ଷୀ ପ୍ରମାଣିତ କର ! ପୀଡିତାଙ୍କ ଉତ୍ତର ଶୁଣି ବିଚାରକମଣ୍ଡଳୀଙ୍କ ଉଡିଗଲା ହୋସ୍ ।

38

ଉତ୍ତରପ୍ରଦେଶର ବରେଲୀଠାରେ ଘଟିଛି ଏଭଳି ଏକ ଘଟଣା । ବାଙ୍ଗାଲୋରରେ ଅଧ୍ୟୟନରତ ଜଣେ ଯୁବତୀ ଜୀବନସାଥି ଡଟ୍ କମ୍ ବିବାହ ୱେବସାଇଟ୍ ଜରିଆରେ ବରେଲୀରେ କାର୍ଯ୍ୟ କରୁଥିବା ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ଅନୁଭବ ରସ୍ତୋଗୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ଅନୁଭବ ପୀଡିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ବରେଲୀରେ ରହୁଥିବା ଘରକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ ଏବଂ ପୀଡିତାଙ୍କ ଅଶ୍ଳୀଳ ଫଟୋ ମଧ୍ୟ ଉଠାଇଥିଲେ ।

କିନ୍ତୁ ଅନୁଭବ ପୁର୍ବରୁ ବିବାହିତ ହେବାର ଜାଣିବା ପରେ ସେ ତାଙ୍କ ପୂର୍ବପତ୍ନୀଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ଏବଂ ଥାନାରେ ଏନେଇ ଏତଲା ଦେଇଥିଲେ । କଥା ଯେତେବେଳେ କୋର୍ଟରେ ପହଞ୍ଚିଲା ସିଇଓ ଉକ୍ତ ପୀଡିତାଙ୍କୁ ପଚାରିଲେ ଯେ ଦୁଷ୍କର୍ମ ହୋଇଛି ବୋଲି ତୁମ ପାଖରେ କ’ଣ ପ୍ରମାଣ ରହିଛି । ଏହି ପ୍ରଶ୍ନରେ କ୍ଷୋଭ ପ୍ରକାଶ କରି ପୀଡିତା ଉତ୍ତରରେ କହିଥିଲେ, ଯେ କ’ଣ ଦୁଷ୍କର୍ମ ଦୃଶ୍ୟର ଭିଡିଓ କରିଥାନ୍ତି? ଏଭଳି ଉତ୍ତର ଶୁଣି ସେଠାରେ ବସିଥିବା ଲୋକ କ’ଣ ପ୍ରଶ୍ନ ପଚାରିବେ ତାହା ହିଁ ଭୁଲି ଯାଇଥିଲେ । ତେବେ ଏନେଇ ଅଧିକ ତଦାରଖ କରିବାକୁ ଅଦାଲତ ତରଫରୁ ପୋଲିସଙ୍କୁ କୁହାଯାଇଛି ।