ଦର୍ଶକଙ୍କ ପସନ୍ଦ ଆସୁଛି ‘ବରେଲୀ କି ବର୍ଫି’ର ସ୍ୱାଦ ! ଜାଣନ୍ତୁ କେତେ ରହିଛି ବକ୍ସ ଅଫିସ୍ କଲେକ୍ସନ୍

57

ଦର୍ଶକଙ୍କୁ ପସନ୍ଦ ଆସୁଛି ‘ବରେଲୀ କି ବର୍ଫି’ ର ସ୍ୱାଦ । ଆୟୁଷ୍ମାନ୍ ଖୁରାନା, କ୍ରିତୀ ସାନନ୍ ଏବଂ ରାଜ କୁମାର ରାଓ ଅଭିନୀତି ଏହି ସିନେମା ବକ୍ସ ଅଫିସରେ ଧୁମ୍ ମଚାଉଛି । ରିଲିଜ୍ ହେବାର ଦ୍ୱିତୀୟ ସପ୍ତାହର ପ୍ରଥମ ଶକ୍ରବାର ୧.୧୫ କୋଟି , ଶନିବାର ୧.୭୫ କୋଟି ଏବଂ ରବିବାର ଦିନ ୨.୩୦ କୋଟି ଆୟ କରିଛି ଏହି ସିନେମା । ଅର୍ଥାତ୍ ଦ୍ୱିତୀୟ ୱିକେଣ୍ଡରେ ସିନେମା ‘ବରେଲୀ କି ବର୍ଫି’ ୫.୨୦ କୋଟି ବ୍ୟବସାୟ କରିଛି । ବର୍ତ୍ତମାନ ସୁଦ୍ଧା ସିନେମାଟି ସମୁଦାୟ ୨୩.୯୨ କୋଟି ଆୟ କରିଛି । ତେବେ ରିଲିଜ୍ ହେବାର ପ୍ରଥମ କିଛି ଦିନ ଧୀମା ଥିଲା ସିନେମାର ଆୟ । କିନ୍ତୁ ଧୀରେ ଧୀରେ ଦର୍ଶକଙ୍କୁ ସ୍ୱାଦ ଲାଗିଲା ‘ବରେଲୀ କି ବର୍ଫି’ ।

ଅଶ୍ୱିନୀ ଅୟର୍ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିନେମାର କାହାଣୀ ଲେଖିଛନ୍ତି ତାଙ୍କ ସ୍ୱାମୀ ନୀତିଶ୍ ତିୱାରୀ । ସିନେମାରେ ଲିଡ୍ ରୋଲରେ ଥିବା କ୍ରିତୀ ବରେଲୀର ଏକ ଝିଅ ଚରିତ୍ରରେ ନଜର ଆସିଛନ୍ତି । ଯିଏ ଛୋଟ ସହରରୁ ଆସି ମଧ୍ୟ ପୁରା ବିନ୍ଦାସ୍ ଅନ୍ଦାଜର ଝିଅ । ବ୍ରେକ୍ ଡ୍ୟାନ୍ସ କରିବା ସହ ଭଲ ଇଲିଂସ୍ ସିନେମା ମଧ୍ୟ ଦେଖୁଛି ।

ପୁରା ସିନେମାର କାହାଣୀ କ୍ରିତୀଙ୍କ ଚରିତ୍ର ଅର୍ଥାତ୍ ବିଟ୍ଟି ଚାରିପଟେ ଘୁରି ବୁଲୁଛି । ସିନେମାର କାହାଣୀ ଅନୁଯାୟୀ, ବିଟ୍ଟିଙ୍କ ବାପା ମା’ ତା ପାଇଁ ବିବାହ ପ୍ରସ୍ତାବ ଖୋଜୁଛନ୍ତି । ତେବେ ବିବାହ କୌଣସି ସ୍ଥାନରେ ଠିକ୍ ହୋଇପାରୁ ନଥିବା ବେଳେ ତାଙ୍କର ଦେଖା ଚିରାଗ୍ ଅର୍ଥାତ୍ ଆୟୁଷ୍ମାନ୍ ଖୁରାନାଙ୍କ ସହ ହୁଏ । ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠେ । କିନ୍ତୁ କାହାଣୀରେ ଟୁଇଷ୍ଟ୍ ସେତେବେଳେ ଆସେ ଯେତେବେଳେ ରାଜ କୁମାର ରାଓଙ୍କ ଏଂଟ୍ରି ହୁଏ । ଉଭୟ ହିରୋ ବିଟ୍ଟିଙ୍କୁ ନିଜର କରିବା ପାଇଁ ଚାହାଁନ୍ତି ।