ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର : ଅପ୍ରେଲ  ୨୦୧୯ ସୁଦ୍ଧା ସରିବ କାମ 

33
 କନକ ବ୍ୟୁରୋ : ଅପ୍ରେଲ ୨୦୧୯ ସୁଦ୍ଧା  ଭୁବନେଶ୍ୱର  ବରମୁଣ୍ଡା  ବସଷ୍ଟାଣ୍ଡର ନବୀକରଣ କରାଯାଇ ଏହାକୁ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ଭାବରେ  ବିକଶିତ କରାଯିବ । ଆଜି ମୁଖ୍ୟମନ୍ତ୍ରୀ  ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷକତାରେ  ଅନୁଷ୍ଠିତ ବୈଠକରେ  ଏ ସଂପର୍କରେ  ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି ।
ଏହି ବସ୍ ଟର୍ମିନାଲକୁ  ଯାତ୍ରୀମାନେ ଯେପରି ସୁବିଧାରେ  ଯାତାୟତ କରିପାରିବେ , ସେଥିପାଇଁ  ଅଧିକ  ସଂଖ୍ୟକ ସିଟି ବସ୍  ଚଳାଚଳ କରିବା ସହ  ସେଠାରେ ସିଟି ବସଷ୍ଟାଣ୍ଡ ମଧ୍ୟ କରାଯିବ । ଏହି ନୂତନ  ବସ୍ ଟର୍ମିନାଲରେ ଫୁଡ୍ କୋଟ୍  ଠାରୁ ଆରମ୍ଭ କରି  ୱାଇ ଫାଇ , ପାର୍କିଂ , ସୌରଶକ୍ତି , ଏଲିଭେଟର  ଓ ଏସକାଲେଟର  ଆଦି ସମସ୍ତ  ପ୍ରକାର ଅତ୍ୟାଧୁନିକ ସୁବିଧାସୁଯୋଗ  ଯାତ୍ରୀମାନେ ପାଇପାରିବେ । ବସ୍ ଗୁଡିକର  ଆଗମନ  ଓ ପ୍ରସ୍ଥାନ  ସଂପର୍କୀୟ  ସୂଚନା ସମେତ ଯାତ୍ରୀମାନଙ୍କ ପାଇଁ  ଆବଶ୍ୟକ  ସମସ୍ତ  ସୂଚନା ଇଲେକ୍ଟ୍ରୋନିକ୍  ଫଳକ ମାଧ୍ୟମରେ ଉପଲବ୍ଧ ହେବ ।  ଦୂର ସ୍ଥାନକୁ ଯାଉଥିବା  ଯାତ୍ରୀମାନଙ୍କ  ପାଇଁ ରହଣି ସୁବିଧା  ମଧ୍ୟ ମିଳିପାରିବ । ଏହି ନୂତନ ପ୍ରକଳ୍ପରେ  ୧୮୦ କୋଟି ଖର୍ଚ୍ଚ କରାଯିବ । ଏବଂ  ବସ୍  ଟର୍ମିନାଲରେ ଟ୍ରାଫିକ୍  ସମସ୍ୟା ପ୍ରତି ଉପଯୁକ୍ତ  ଧ୍ୟାନ ଦିଆଯାଇ ଯାତ୍ରୀମାନଙ୍କର ଯେପରି କୌଣସି ଅସୁବିଧା ନହୁଏ , ତା ଉପରେ  ଗୁରୁତ୍ୱ ଦିଆଯିବ ।
ଏହି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ , ମୁଖ୍ୟ ଶାସନ ସଚିବ ,ପରିବହନ ବିଭାଗର ପ୍ରମୁମ ସଚିବ, ବିଡିଏର ଉପାଧ୍ୟକ୍ଷ ଓ ବରିଷ୍ଠ ଅଧିକାରୀମାନେ  ଉପସ୍ଥିତ ଥିଲେ । ଏହି ଅବସରରେ ବିଡିଏ ରାଜ୍ୟ ସରକାରଙ୍କୁ ଉପସ୍ଥାପନା କରିଛି ବରମୁଣ୍ଡା  ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ଡିଜାଇନର ପ୍ଲାନିଂ ।  ଏହି ଡିଜାଇନକୁ ପ୍ରସ୍ତୁତ କରିଛନ୍ତି  ଦିଲ୍ଲୀ  ଇଂଟିଗ୍ରେଟେଡ୍ ମଲଟି –ମଡେଲ୍ ଟ୍ରାନଜିଟ୍ ସିଷ୍ଟମ ଲିମିଟେଡ୍ (DIMTS) । ଏହା ସଂପୂର୍ଣ୍ଣ ଭାବେ ଏହି ବସ ଷ୍ଟାଣ୍ଡର ଆର୍କିଟେଚୁରାଲ୍ ଡିଜାଇନ୍ ଦାୟିତ୍ୱ ବହନ କରିଛି । ବରମୁଣ୍ଡାର ଏହି ଆନ୍ତଃରାଜ୍ୟ ବସ୍ ଟର୍ମିନାଲଟି ୧୫ ଏକର ବିଶିଷ୍ଟ ସ୍ଥାନରେ ୧୮୦ କୋଟି ଟଙ୍କାର ପ୍ରୋଜେଷ୍ଟରେ ଆରମ୍ଭ ହେବାକୁ ଯାଉଛି । ଡିଜାଇନର କନସେଫ୍ଟ ଅନୁଯାୟୀ ଟର୍ମିନାଲ୍ ଏରିଆ ୯,୮୩୯ ବର୍ଗ ମିଟର ସ୍ଥାନରେ ବିସ୍ତାରିତ ହେବ । ଏବଂ ଗ୍ରାଉଣ୍ଡ ଫ୍ଲୋର ୪,୩୪୩ ବର୍ଗ ମିଟରରେ ହେବ । ଫାଷ୍ଟ ଫ୍ଲୋର ରୁ ଥାର୍ଡ ଫ୍ଲୋର ୧,୮୩୨ ବର୍ଗ ମିଟର ( ପ୍ରତ୍ୟେକ ଫ୍ଲୋର)ଭାବେ ସମୁଦାୟ  ୫,୪୯୬ ବର୍ଗ ମିଟର ହେବ ।