‘ବାରାକ’ର ୩ୟ ପରୀକ୍ଷଣ ସଫଳ

35

ବାଲେଶ୍ୱର ବ୍ୟୁରୋ : ବାରାକର ତୃତୀୟ ପରୀକ୍ଷଣ ସଫଳ ହୋଇଛି । ଚାନ୍ଦିପୁର ୩ନଂ ଲଂଚପ୍ୟାଡରୁ ଭୃପୃଷ୍ଠରୁ ଆକାଶ ମାର୍ଗକୁ ଉତକ୍ଷେପଣ କରାଯାଇଛି ଏମଆରସାମ ମିଶାଇଲ । ଦିନ ୧୦ଟା ୨୭ ମିନିଟରେ ଏହି ପରୀକ୍ଷଣ କରାଯାଇଛି । ଗତକାଲି ଦୁଇଥର ପରୀକ୍ଷଣ କରାଯାଇଥିଲା । ଗତକାଲି ସକାଳ ୮ଟା ୧୬ ମିନିଟରେ ଓଡିଶା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ପରୀକ୍ଷଣ ହୋଇଥିଲା ବାଲିଷ୍ଟିକ ମିଶାଇଲ ବାରାକ-୮ । ସେହିପରି ଅପରାହ୍ନ ୩ଟା ୩୮ ମିନିଟରେ ଦ୍ୱୀତିୟ ଥର ହୋଇଥିବା ପରୀକ୍ଷଣ ବିଫଳ ହୋଇଥିଲା । ଆଜି ତୃତୀୟ ଥର ପାଇଁ ଏମଆରସାମର ପରୀକ୍ଷଣ ହୋଇଥିବା ବେଳେ ଏହା ସଫଳ ହୋଇଥିବା ସୂଚନା ରହିଛି  ।