ପୋଲିସ୍ ହେବ ତ ଏମିତି ! ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ରାସ୍ତାରୁ ଉଠାଇ ନିଜ ଗାଡିରେ ଡାକ୍ତରଖାନା ପଠାଇଲେ ବରଗଡ ଏସପି

ଅନ୍ୟ ଏକ ଗାଡ଼ିରେ ଗଲେ ମୁକେଶ କୁମାର ଭାସୁ

983

କନକ ବ୍ୟୁରୋ: ପୋଲିସ ହେବ ତ ଏମିତି । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ରାସ୍ତାରୁ ଉଠାଇ ନିଜ ଗାଡ଼ିରେ ଡ଼ାକ୍ତରଖାନା ପଠାଇଲେ ବରଗଡ଼ ଏସପି ମୁକେଶ କୁମାର ଭାସୁ । ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥରେ ଦୁଇ ଜଣ ବାଇକ ଆରୋହି ଦୁର୍ଘଟଣାର ଶିକାର ହୋଇ ଛଟପଟ ହେଉଥିବା ସେମାନଙ୍କୁ ଦେଖିଥିଲେ ଏସପି ମୁକେଶ କୁମାର ।

ସେହି ବାଟ ଦେଇ ଅଏଲାପାଲି ଫାଇରିଂଗ ରେଂଜରୁ ବରଗଡ଼ ଫେରୁଥିବା ବେଳେ ଆହତଙ୍କୁ ଦେଖି ନିଜ ଗାଡ଼ିରେ ହସ୍ପିଟାଲ ପଠାଇଥିଲେ । ଏହାପରେ ସେ ନିଜେ ଅନ୍ୟ ଏକ ଗାଡ଼ିରେ ଲିପ୍ଟ ମାଗି ଫେରିଥିଲେ । ଆହତ ଦୁଇଜଣ ଅତାବିରା ଥାନା ରେଙ୍ଗାଲି କ୍ୟାମ୍ପର ଗଣେଷ ଭାଟି ଏବଂ ହେମନ୍ତ ଭୁଏ ବୋଲି ଜଣାପଡ଼ିଛି ।

ସୋମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଦୁର୍ଘଟଣା ପରେ ଅନେକ ଲୋକ ଉପସ୍ଥିତ ଥଲେ ମଧ୍ୟ କେହି ସେମାନଙ୍କୁ ସହାୟତାର ହାତ ବଢଇନଥିଲେ । ଏସପିଙ୍କର ଏଭଳି ମହାନ କାମକୁ ସାଧାରଣରେ ପ୍ରଶଂସା କରାଯାଇଛି ।