ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ଆରଡିସିଙ୍କ ତଦନ୍ତ : ୪୬ ଜଣଙ୍କ ସାକ୍ଷ୍ୟଗ୍ରହଣ

27

କନକ ବ୍ୟୁରୋ : ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ଛାନଭିନ୍ ଆରମ୍ଭ କରିଛନ୍ତି ଉତରାଚଂଳ ଆର୍ଡିସି ଭାସ୍କର ଜ୍ୟୋତି ଶର୍ମା । ଗତକାଲି ଜିଲ୍ଲାପାଳ, ପୁଲିସ୍ ଅଧିକାରୀ, ବରଗଡ଼ ବିଧାୟକ ଏବଂ ୩ ଜଣ ବିଜେପି ନେତାଙ୍କ ସମେତ ମୋଟ୍ ୪୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି ଆର୍ଡିସି । ମୋଟ୍ ୪୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ ନେଇ ନୋଟିସ୍ ହୋଇଥିବା ବେଳେ ୪୬ ଜଣ ଉପସ୍ଥିତ ରହି ସାକ୍ଷ୍ୟ ପ୍ରଦାନ କରିଛନ୍ତି । ବରଗଡ଼ ବିଧାୟକ ଦେବେଶ ଆଚର୍ଯ୍ୟଙ୍କୁ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି ବିଜେପି ଅଭିଯୋଗ କରୁଥିବା ବେଳେ କାହିଁକି ଗିରଫ କରାଯାଉନାହିଁ ବୋଲି ଅଭିଯୋଗ କରିଥିଲା । ଘଟଣା ଦିନ ମନ୍ତ୍ରୀଙ୍କ ଗାଡ଼ି ଆଗକୁ ଚାଲି ଆସିଥିବା ରିକ୍ସାବାଲାର ମଧ୍ୟ ସାକ୍ଷ୍ୟ ଗ୍ରହଣ କରାଯାଇଛି । କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ବରଗଡ଼ ଗସ୍ତରେ ଆସିଥିବା ବେଳେ କିଛି ଲୋକ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ।