ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଦ୍ୟପର୍ବ : ପାରମ୍ପରିକ ପୂଜାର୍ଚ୍ଚନା ପରେ ସ୍ଥାପିତ ହେଲା ଶୁଭସ୍ତମ୍ଭ

22

କନକ ବ୍ୟୁରୋ : ପଡ଼ିଲା ବରଗଡ଼ ଧନୁଯାତ୍ରର ମୂଳଦୁଆ । ଆଜି ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ବରଗଡ଼ର ହାଟପଡ଼ା ପଡ଼ିଆରେ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପିତ ହୋଇଛି । ବରଗଡ଼ ଜିଲ୍ଲାପାଳ, ଏସପିଙ୍କ ସମେତ ଧନୁଯାତ୍ରା କମିଟିର କର୍ମକର୍ତାଙ୍କ ଉପସ୍ଥିତିରେ ଶୁଭସ୍ତମ୍ଭକୁ ସ୍ଥାପନ କରାଯାଇଛି । ଆସନ୍ତା ଡିସେମ୍ବର ୨୩ ତାରିଖରୁ ବରଗଡ଼ରେ ଆରମ୍ଭ ହେବ କଂସ ରାଜୁତି । ଖୋଲାମଂଚରେ ଅନୁଷ୍ଠିତ ହେଉଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ଜାନୁୟାରୀ ୨ ତାରିଖ ଯାଏଁ ଚାଲିବ । ଆଜି ଶୁଭସ୍ତମ୍ଭ ସ୍ଥାପନ ହେବା ପରେ ଜୋରସୋରେ ଆରମ୍ଭ ହୋଇଯିବ ଧନୁଯାତ୍ରାର ପ୍ରସ୍ତୁତି । ମଥୁରାନଗରୀ ପାଲଟୁଥିବା ବରଗଡ଼ ସହର ଏବଂ ଗୋପପୁର ସାଜୁଥିବା ଅମ୍ବାପାଲ ଗାଁରେ ପ୍ରସ୍ତୁତିପର୍ବ ଏଣିକି ଆହୁରି ଜୋରାଦାର ହେବ ।