ଜଳିଗଲା ବରଗଡ ଡେଲି ମାର୍କେଟ ! ପୋଡି ପାଉଁଶ ହୋଇଗଲା ୨୦ଟି ଦୋକାନ

29

କନକ ବ୍ୟୁରୋ : ଜଳିଗଲା ବରଗଡ ଡେଲି ମାର୍କେଟ । ପୋଡି ପାଉଁଶ ହୋଇଗଲା ୨୦ଟି ଦୋକାନ । ଗତକାଲି ବିଳମ୍ବିତ ରାତିରେ ବରଗଡ ହାଟପଦା ଡେଲି ମାର୍କେଟରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ତେବେ ନିଆଁ ଲାଗିବାର କାରଣ ଜଣା ପଡିନଥିଲେ ବି ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ପ୍ରଥମେ ଗୋଟିଏ ଦୋକାନରୁ ନିଆଁ ଲାଗିବା ପରେ ଦେଖୁ ଦେଖୁ ଏହା ମାଡି ଚାଲିଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଏହି ସମୟରେ ମାର୍କେଟର ଏକ ଦୋକନରେ ଥିବା ଦୁଇଟି ଗ୍ୟାସ ସିଲିଣ୍ଡର ଫାଟି ଯିବା ଯୋଗୁଁ ନିଆଁ ଆହୁରି ବ୍ୟାପିବାରେ ଲାଗିଥିଲା । ତେବେ ଅଗ୍ନିଶମ କର୍ମଚାରୀ ପୁଣି ନିଆଁକୁ ଆୟତ କରିଥିଲେ ।